33.1 C
Bhubaneswar
Wednesday, April 24, 2024
Homeଓଡିଶାଅଗ୍ନିଶମସେବା ମହାନିର୍ଦ୍ଦେଶକ ଏମ୍‌. ଅକ୍ଷୟଙ୍କ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ

ଅଗ୍ନିଶମସେବା ମହାନିର୍ଦ୍ଦେଶକ ଏମ୍‌. ଅକ୍ଷୟଙ୍କ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ

କଟକ : ନିକଟ ଅତିତରେ ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡକୁ ଆଖି ଆଗରେ ରଖି ଓଡ଼ିଶାରେ କାର୍ଯ୍ୟ କରୁଥିବା ୬୨ଗୋଟି ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଳ୍ ଗୁଡ଼ିକରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମହାନିର୍ଦ୍ଦେଶକ ଅଗ୍ନିଶମସେବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ୬୨ଗୋଟି କୋଭିଡ୍ ହସ୍ପିଟାଲ୍‌ରେ ୩୮୪ଜଣ ଅଗ୍ନିଶମ କର୍ମଚାରୀଙ୍କୁ ୨୪ଘଣ୍ଟା କାର୍ଯ୍ୟରେ ମୁତୟନ କରାଯାଇଛି । ଏଥି ସହିତ ଅଧିକ କୋଭିଡ୍ ସଂକ୍ରମିତ ରୋଗୀ ରହିଥିବା ବଡ଼ ବଡ଼ ହସ୍ପିଟାଲ୍‌ମାନଙ୍କରେ ଫାୟାର ଟେଣ୍ଡର ମଧ୍ୟ ମୁତୟନ କରାଯାଇଅଛି । ଅଗ୍ନିଶମସେବା ମହାନିର୍ଦ୍ଦେଶକ ଏମ୍ ଅକ୍ଷୟ, ଅନ୍ୟ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କ ସହ ବ୍ରହ୍ମପୁର ମହାନଗରରେ କୋଭଡ୍‌୍ ସଂକ୍ରମିତଙ୍କ ପାଇଁ କାର୍ଯ୍ୟ କରୁଥିବା ୬ଗୋଟି କୋଭିଡ୍ କେୟାର ହସ୍ପିଟାଲ୍ ଯଥା ଏମ୍‌କେସିଜି କୋଭିଡ୍ ମେଡିକାଲ୍ କଲେଜ୍‌-୧, ଏମ୍‌କେସିଜି କୋଭିଡ୍ ମେଡିକାଲ କଲେଜ୍ -୨ ଡେଡିକେଟେଡ କୋଭିଡ୍ ହସ୍ପିଟାଲ, ଏମ୍‌କେସିଜି ମେଡିକାଲ କଲେଜ୍‌, ଅସ୍ୱିନୀ କୋଭିଡ୍ ହସ୍ପିଟାଲ୍‌, ଟାଟା କୋଭିଡ୍ ହସ୍ପିଟାଲ୍ ଶିତାପଲ୍ଲୀ, ସିଟି କୋଭିଡ୍ ହସ୍ପିଟାଲ୍ ଓ କୋଭିଡ୍ ହସ୍ପିଟାଲ୍ ମିନାକ୍ଷୀନଗର ବ୍ରହ୍ମପୁର ସହ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଠାରେ ଥିବା କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିଥିଲେ ।

ଏହି ଅବସରରେ ମୁତୟନ ଥିବା କର୍ମଚାରୀ ଓ ହସ୍ପିଟାଲ୍ କର୍ମଚାରୀମାନଙ୍କ ସହିତ ଉକ୍ତ ହସ୍ପିଟାଲମାନଙ୍କରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଥିବା ଅଗ୍ନିନିରାପତା ପଦକ୍ଷେପ ଓ ପ୍ରସ୍ତୁତି ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସମସ୍ତ କର୍ମଚାରୀଙ୍କୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସଚେତନ କରାଯାଇଥିଲା । ଏହା ବ୍ୟତିତ ଅସିତ ପାଣିଗ୍ରାହୀ ଅଗ୍ନିଶମ ଆରକ୍ଷୀ ମହାନିରିକ୍ଷିକ ଯାଜପୁର ଜିଲ୍ଲାରେ ଥିବା ଟାଟା କୋଭିଡ୍ ହସ୍ପିଟାଲ୍ ମଧ୍ୟ ପରିଦର୍ଶନ କରି କର୍ମଚାରୀମାନଙ୍କ ସହ ଅଗ୍ନିନିରାପତା ସମ୍ବନ୍ଧରେ ଆଲୋଚନା କରିଥିଲେ । ମହାନିର୍ଦ୍ଦେଶକ ଅଗ୍ନିଶମ ସେବା ଉପରୋକ୍ତ କୋଭିଡ୍ କେୟାର କେନ୍ଦ୍ର ଗୁଡ଼ିକରେ ନିୟମିତ ବ୍ୟବଧାନରେ ପ୍ରତିଦିନ ମକ୍ ଡ୍ରିଲ୍ କରାଯାଇ ହସ୍ପିଟାଲ୍ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବା ସହ ଅଗ୍ନି ଦୁର୍ଘଟଣା ବାବଦରେ ସଚେତନତା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking