30.1 C
Bhubaneswar
Wednesday, April 24, 2024
Homeଓଡିଶାଅଭିନେତ୍ରୀ ଦୀପା ସାହୁ ଗୁରୁତର

ଅଭିନେତ୍ରୀ ଦୀପା ସାହୁ ଗୁରୁତର

ଭୁବନେଶ୍ୱର : ଓଡ଼ିଆ ଆଲବମ୍ କୁଇନ ଦୀପା ସାହୁ ଅସୁସ୍ଥ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ , ଦୀପା ଦୀର୍ଘ ବର୍ଷେ ହେବ ଅସୁସ୍ଥ ଅଛନ୍ତି । ଜରାୟୁ କ୍ୟାନସର ରୋଗ ସହ ବର୍ଷେ ହେବ ସଂଘର୍ଷ କରୁଛନ୍ତି । ତାଙ୍କର ଚିକିତ୍ସା ଓ କେମୋ ଥେରାପି ଚାଲିଥିଲା ।

ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ଅଭିନେତା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକଙ୍କ ସହାୟତାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପା ସାହୁ ଏକାଧିକ ଆଲବମ୍ ସହ କେତୋଟି ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ଏହା ସହ କେତୋଟି ଟେଲି ଧାରବାହିକରେ ମଧ୍ୟ ନଜର ଆସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking