କୋଇଲା ସ୍କାମ୍‌ରେ ଦିଲୀପ ରାୟ ଦୋଷୀ

ନୂଆଦିଲ୍ଲୀ : କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରଥମ ମନ୍ତ୍ରୀ ଭାବେ କୋଇଲା ଦୁର୍ନୀତିରେ ଦିଲୀପ ରାୟ ଦୋଷୀ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ କୋର୍ଟ ଜଜ ପରାଶର । ଅକ୍ଟୋବର ୧୪ରେ ସ୍ୱତନ୍ତ୍ର କୋର୍ଟରେ ଦଣ୍ଡାଦେଶ ହେବ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏନଡିଏ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଥିଲେ ଦିଲୀପ । ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ରହିଥିଲେ ଦିଲ୍ଲୀପ ରାୟ। ୧୯୯୯ ଝାଡଖଣ୍ଡର ଏକ କୋଇଲା ଖଣି ଆବଣ୍ଟନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବାର କହିଛନ୍ତି କୋର୍ଟ । ଅପରାଧିକ ଷଡଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ୍‌ କୋର୍ଟ ଜଜ ପରାଶର । ଅକ୍ଟୋବର ୧୪ରେ ଦଣ୍ଡ ବିଧାନ ହେବ ।

LEAVE A REPLY

Please enter your comment!
Please enter your name here