32.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରାଉରକେଲାରେ ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ

ରାଉରକେଲାରେ ବିଜେପିର ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ

ରାଉରକେଲା: ପୁରୀ ବଗଲା ଧର୍ମଶାଳା ମାମଲାରେ ବିଜେପି ସାରା ରାଜ୍ୟରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି । ସାମାଜିକ ଗଣମାଧ୍ୟମରେ ସଚେତନତା କରିବା ସହ ଇ-ପିଟିସନ ଦାଖଲ କରୁଛି । ଯାହାକୁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ଉଦଘାଟନ କରିଛନ୍ତି ।  ଏପଟେ ରାଉରକେଲାରେ ମଧ୍ୟ ସରକାରଙ୍କୁ ବିରୋଧ କରାଯାଇ ଆଜି ଦିନ 11ଟାରୁ ଡିଜିଟାଲ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ସେକ୍ଟର-3 ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ଏହାକୁ ରାଜ୍ୟ ବିଜେପି ପ୍ରବକ୍ତା ଧୀରେନ ସେନାପତି ଆରମ୍ଭ କରିଛନ୍ତି ।ଧୀରେନ ସେନାପତିଙ୍କ ନେତୃତ୍ବରେ ଅନେକ ସଂଖ୍ୟାରେ ବିଜେପି କର୍ମୀ ଏଠାରେ ଉପସ୍ଥିତ ରହି ଦସ୍ତଖତ କରିଥିବା ଦେଖିବାକୁ ମିଳିଛି । ଏହି ଧର୍ମଶାଳାକୁ ଗରିବ ଭକ୍ତଙ୍କ ଉଦ୍ଦେଶ୍ୟରେ ରଖିବାକୁ ଏହି ଅବସରରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking