28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ଆତଙ୍କ: ଗାଁ ହେଉଛି ସିଲ

କରୋନା ଆତଙ୍କ: ଗାଁ ହେଉଛି ସିଲ

କେନ୍ଦ୍ରାପଡା଼ : କରୋନା ଆତଙ୍କ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଗାଁ ଲୋକେ ନିଜ ଗାଁକୁ ଏବେ ସିଲ କରି ଦେଇଛନ୍ତି । କୌଣସି ବାହାର ଗାଁର ଲୋକଙ୍କୁ ଗାଁ ଲୋକେ ଗାଁ ଭିତରକୁ ପୁରାଇ ଦେଉ ନାହାଁନ୍ତି । ଗାଁ ମୁଣ୍ଡରେ ବାଉଁସ ବାଡ଼ା ପକାଇ ବା କଂଟା ପକାଇ ଗାଁର ପ୍ରବେଶ ପଥକୁ ବନ୍ଦ କରାଯାଇଥିବା ଦେଖା ଯାଉଛି । ଗାଁର ଯୁବକମାନେ ପାଳି କରି ଗାଁ ମୁଣ୍ଡରେ ଦିନ ରାତି ଜଗି ରହୁଛନ୍ତି । କେତେକ ସ୍ଥାନରେ ଗାଁ ମୁଣ୍ଡରେ ପାଣି ବାଲଟି ଓ ସାବୁନ ରଖା ଯାଉଛି । ଗାଁର କୌଣସି ଲୋକ ଜରୁରି କାମରେ ବାହାରକୁ ଯାଇ ସେ ଫେରିବା ବେଳେ ଗାଁ ମୁଣ୍ଡରେ ହାତ ଗୋଡ଼ ଭଲ ଭାବରେ ଧୋଇ ଗାଁ ଭିତରକୁ ପଶିବାକୁ କୁହାଯାଉଛି । ଏପରି କି ଗାଁର କୌଣସି ଲୋକ ନିଜ ଆବଶ୍ୟକତା ନେଇ ବାହାରକୁ ଯିବାକୁ ଚାହିଁଲେ ଗାଁର ଯୁବକମାନଙ୍କ ଅନୁମତି ନେଇ ଯାଉଛନ୍ତି ଓ ଫେରିଲେ ଗାଁ ମୁଣ୍ଡରେ ହାତଗୋଡ଼ ଧୋଇ ଗାଁ ଭିତରକୁ ପଶୁଛନ୍ତି । କରୋନା ପ୍ରଭାବିତ ସହରରେ ରହି କାମ କରୁଥିôବା କିଛି ଲୋକ ଲୋକ ଗାଁକୁ ଫେରିଛନ୍ତି । ହେଲେ ସେମାନଙ୍କ ଗାଁ ଲୋକେ ଗାଁ ଭିତରକୁ ପୁରାଇ ଦେଉନଥିବା ଖବର ମିଳୁଛି । ପଟାମୁଣ୍ଡାଇ ବ୍ଲକର ଗୁଣୁପୁରପାଟଣା ଗାଁରେ ଏହିପରି ଅବସ୍ଥା ଦେଖିବାକୁ ମିଳୁଛି । ଏଥିସହ ଏହି ଗାଁର ୨ ଜଣ ଯୁବକ କେରଳର ଏକ କମ୍ପାନୀରେ କାମ କରୁଥିଲେ ଓ ସେମାନେ ଗତ କିଛି ଦିନ ତଳେ ଗାଁକୁ ଫେରିଥିଲେ । କିନ୍ତୁ ତାଙ୍କ ଘରେ ଆସୋଲେସନରେ ରହିବାର ବ୍ୟବସ୍ଥା ନଥିବାରୁ ଗାଁ ଲୋକମାନେ ଏହି ଯୁବକ ୨ ଜଣଙ୍କୁ ଗାଁର କ୍ଲବ ଘରେ ଆଇସୋଲେସନରେ ରଖିଥିବା ଜଣାପଡ଼ିଛି । ସେହିପରି ମାର୍ଶାଘାଇ ବ୍ଲକର ଡଅଁରମୁଣ୍ଡ ଗାଁକୁ ଲେଶକମାନେ ସିଲ କରି ଦେଇଛନ୍ତି । ଗାଁ ମୁଣ୍ଡରେ ଲୋକମାନେ ବାଉଁସ ବାନ୍ଧି ଓ କାଠଗଡ଼ ପକାଇ ଗାଁର ପ୍ରବେଶ ପଥକୁ ସିଲ କରିବା ସହିତ ସେଠାରେ ହ୍ୟାଣ୍ଡ ୱାସ ଓ ପାଣି ରଖିଛନ୍ତି । ଗାଁର କୌଣସି ଲୋକ ଗାଁ ବାହାରକୁ ଯାଇ ଫେରିବା ବେଳେ ହାତଗୋଡ଼ ଭଲଭାବରେ ଧୋଇ ଗାଁକୁ ପ୍ରବେଶ କରୁଛନ୍ତି । ସେହିପରି କେନ୍ଦ୍ରାପଡ଼ା ବ୍ଲକର ନିକିରାଇ ପଂଚାୟତତର କୁମ୍ଭାରାପାଟଣା ଗ୍ରାମକୁ ସେସହି ଗାଁର ଲୋକମାନେ ବାଉଁସ ଓ କଂଟା ଦ୍ୱାରା ସିଲ କରିଥିବା ଦେଖା ଯାଉଛି । ଅନ୍ୟପକ୍ଷରେ କିଛି ବିଦେଶ ଫେରନ୍ତ ଯୁବକ ରାସ୍ତା ଘାଟ ବା ଛକରେ ପୁଲିସ ଡରରେ ଖଟି ଜମାଇ ନପାରି ଗାଁ ଭିତରେ ତାସ ଖେଳୁଥିବା ଦେଖିବାକୁ ମିଳୁଛି । ଏହିପରି କିଛି ଯୁବକ ଗୁରୁବାର ପୁଲିସ ହାବୁଡ଼ରେ ପଡ଼ି ଛେଚା କାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking