27.1 C
Bhubaneswar
Friday, March 29, 2024
Homeଓଡିଶାନିର୍ଦ୍ଧାରିତ ଦରମା ଦାବିରେ ଝାଡୁଦାରଙ୍କ ଅଭିନବ ପ୍ରତିବାଦ

ନିର୍ଦ୍ଧାରିତ ଦରମା ଦାବିରେ ଝାଡୁଦାରଙ୍କ ଅଭିନବ ପ୍ରତିବାଦ

କୋରାପୁଟ : ନିର୍ଦ୍ଧାରିତ ଦରରେ ଦରମା ଦେବାକୁ ଦାବି କରି କୋରାପୁଟ ପୌର ପରିଷଦର ଝାଡୁଦାରମାନେ ରାସ୍ତାରେ ମଇଲା ପକାଇ ପ୍ରତିବାଦ କରିଛନ୍ତି । ଅମଳା କୁଟୀର ରାସ୍ତାରେ ଝାଡୁଦାରମାନେ ଏକତ୍ରିତ ହୋଇ ଠିକ ଦରରେ ଦରମା ପ୍ରଦାନ କରିବା, ଇପିଏଫ୍‌ର ରସିଦ ଦେବାକୁ ଦାବି କରି ସେମାନେ ଆଣିଥିବା ମଇଳା ସବୁ ରାସ୍ତାରେ ପକେଇ ଯାଇଥିଲେ ।
ଉକ୍ତ ଖବର ଶୁଣିବା ପରେ କୋରାପୁଟ ପୌରପରିଷଦ ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ସେଠାରେ ପହଞ୍ôଚ ଝାଡୁଦାରମାନଙ୍କ ସହ ଆଲୋଚାନ କରିବାପରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ସୂଚନାମୁତାବକ କୋରାପୁଟ ପୌର ପରିଷଦର ସଫେଇ ଦାୟିତ୍ୱ କଟକର ମଞ୍ଜୁ ସର୍ଭିସ୍ ନାମକ ଏକ ଜବ୍ ପ୍ରଭାଇଡର ସଂସ୍ଥା ଠିକା ନେଇଛି । ଉକ୍ତ ସଂସ୍ଥା କାର୍ଯ୍ୟରତ ୧୪୦ ଜଣ ସଫେଇ କର୍ମଚାରୀଙ୍କୁ ଦୈନିକ ୮ଘଣ୍ଟା କାମ ପାଇଁ ଜଣକୁ ୨୮୬ ଟଙ୍କା ୩୦ ପଇସା ହିସାବରେ ମାସକୁ ୮୫୮୯ ଟଙ୍କା ଦରମା ଦେବାର ଥିଲେ ମଧ୍ୟ ଶ୍ରମିକ ମାନଙ୍କୁ ମାସିକ ମାତ୍ର ୬ ହଜାର ଟଙ୍କା ଦେଉଥିବା ସଫେଇ କର୍ମଚାରୀମାନେ ଅଭିଯୋଗ କରିଥିଲେ । ଏତଦ୍ ବ୍ୟତୀତ ପ୍ରତି ମାସରେ ଇପିଏଫ୍ କଟାଯାଉଥିଲେ ମଧ୍ୟ କୌଣସି ରସିଦ୍ ଦିଆଯାଉନଥିବା ଅଭିଯୋଗ ହୋଇଛି । ତେଣୁ ସମ୍ପୃକ୍ତ ଜବ୍‌ପ୍ରଭାଇଡର ସଂସ୍ଥା ପ୍ରକୃତ ଦରମା ପ୍ରଦାନ ସହ ଇପିଏଫ୍ ଡିପୋଜିଟର ରସିଦ୍ ଦେବାକୁ ସଫେଇ କର୍ମଚାରୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking