# ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡିର ସାଧାରଣ ସଂପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ
ବୈକୁଣ୍ଠ ମଲ୍ଲିକଙ୍କ ସମେତ ବହୁ ସମର୍ଥକ ବିଜେଡି ପରିତ୍ୟାଗ କରି ବିଜେପିରେ ହେଲେ ସାମିଲ
ରାଜ୍ୟ ବିକାଶରେ ଶାସକ ବିଜେଡି ବିରାଟ ବାଧା ସୃଷ୍ଟି କରିଛି : ସମୀର ମହାନ୍ତି
ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଥିବାରୁ ସମସ୍ତ ନୂତନ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ : ଦିଲୀପ ମଲ୍ଲିକ
ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ସ୍ଥାନୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକଙ୍କ ନେତୃତ୍ୱକୁ ଭରସା କରି ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ କଟକ ସଦର ନିର୍ବାଚନମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ୨୮ ନମ୍ବର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡିର ସାଧାରଣ ସଂପାଦକ ଶ୍ରୀ ବୈକୁଣ୍ଠ ମଲ୍ଲିକ ଆଜି ନଜି ସମର୍ଥକଙ୍କ ଗ୍ରହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ମଣ୍ଡଳ ସଭାପତି ଜିତେନ୍ଦ୍ର ବିଶ୍ୱାଳ ମଧ୍ୟ ଉପସ୍ଥିତ ଥିଲେ ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମାଣପୁର ପଂଚାୟତର ପୂର୍ବତନ ବିଜେଡି ସଭାପତି ଗଣେଷ ବସ୍ତିଆ, ଶାସ୍ୱତ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଜ୍ୟୋତ୍ସାରାଣୀ ମଲ୍ଲିକ, ମାନସୀ ମଲ୍ଲିକ, ରାକେଶ ମଲ୍ଲିକଙ୍କ ସମେତ ବହୁ ପ୍ରମୁଖ ନେତା ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି ।
ରାଜ୍ୟ ବିକାଶରେ ଶାସକ ବିଜେଡି ବିରାଟ ବାଧା ସୃଷ୍ଟି କରିଛି । ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୋଳିକ ସୁବିଧାସୁଯୋଗ ପାଇବାରୁ ଆଜି ରାଜ୍ୟବାସୀଙ୍କୁ ବଂଚିତ କରୁଛନ୍ତି ରାଜ୍ୟସରକାର । ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଥିବାରୁ ସମସ୍ତ ନୂତନ ସଦସ୍ୟଙ୍କୁ ଶ୍ରୀ ମହାନ୍ତି ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।