38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବ୍ରିଟେନର ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ୍ ପମ୍ପରେ ଉପଲବ୍ଧ ନାହିଁ ଡିଜେଲ୍ କି ପେଟ୍ରୋଲ୍

ବ୍ରିଟେନର ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ୍ ପମ୍ପରେ ଉପଲବ୍ଧ ନାହିଁ ଡିଜେଲ୍ କି ପେଟ୍ରୋଲ୍

ଲଣ୍ଡନ: ବ୍ରିଟେନର ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ୍ ପମ୍ପରେ ଡିଜେଲ୍ କି ପେଟ୍ରୋଲ୍ ଉପଲବ୍ଧ ହେଉନାହିଁ। କାରଣ ବିଶ୍ବର ଏହି ପଞ୍ଚମ ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ରର ଜନସାଧାରଣ ପେଟ୍ରୋଲ୍ ଓ ଡିଜେଲର ବ୍ୟାପକ ଅଭାବ ପରିଲକ୍ଷିତ ହେବା ଆଶଙ୍କା ନେଇ ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ ଦ୍ରବ୍ୟ ଖରିଦ୍ କରିସାରିଛନ୍ତି। କୋଭିଡ୍ ମହାମାରୀ ଆସିବା ପରେ ବ୍ରିଟେନର ସପ୍ଲାଇ ଚେନ୍ ବିଶେଷ ଭାବେ ପ୍ରଭାବିତ ହୋଇଛି। ପେଟ୍ରୋଲ୍ ଓ ଡିଜେଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେବା ଆଶଙ୍କାରେ ଜନସାଧାରଣଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି। ବିଶେଷକରି କୋଭିଡ୍ ମହାମାରୀ କାରଣରୁ ଦେଶରେ ଲରି ଡ୍ରାଇଭରଙ୍କର ଅଭାବ ପରିଲକ୍ଷିତ ହୋଇଛି।

ତେଣୁ ଏହା ବିଭିନ୍ନ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଆଗକୁ ଦେଶରେ କ୍ରିସମାସ୍ ପାଳନ ହେବାକୁ ଥିବା ବେଳେ ଜରୁରୀକାଳୀନ ସାମଗ୍ରୀର ଦରବୃଦ୍ଧି ଜନସାଧାରଣଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ନିକଟରେ ପ୍ରାକୃତିକ ଗ୍ୟାସର ଦର ବୃଦ୍ଧି ପରିପ୍ରେକ୍ଷୀରେ ଖାଦ୍ୟଦ୍ରବ୍ୟର ଅଭାବ ପରିଲକ୍ଷିତ ହେବା ଆଶଙ୍କାକୁ ଦୂର କରିବା ସକାଶେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରାଯିବା ନେଇ ଘୋଷଣା କରିଛି। ସବୁଠାରୁ ଅଧିକ ଅଭାବ ରାସାୟନିକ ସାର କ୍ଷେତ୍ରରେ ପରିଲକ୍ଷିତ ହୋଇଥିଲେ ହେଁ ଜନସାଧାରଣ ଆଦୌ ଭୟଭୀତ ହୋଇ କୌଣସି ସାମଗ୍ରୀ ଆବଶ୍ୟକତାଠାରୁ ଅଧିକ ଖରିଦ ନ କରିବାକୁ ଜନସନଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବ୍ରିଟେନରେ ଆବଶ୍ୟକ ହେଉଥିବା ପେଟ୍ରୋଲ୍ ଓ ଡିଜେଲ ପରିମାଣର ୬୫ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ୍ ରିଟେଲର୍ସ ଆସୋସିଏସନ୍ (ପିଆରଏ) ପକ୍ଷରୁ ଯୋଗାଇ ଦିଆଯାଇଆସୁଥିବା ବେଳେ କେତେକ ସ୍ଥାନରେ ୫୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପେଟ୍ରୋଲ୍ ପମ୍ପରେ ତୈଳ ଉପଲବ୍ଧ ନ ଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking