39.1 C
Bhubaneswar
Tuesday, April 23, 2024
Homeଓଡିଶାପଥର ସନ୍ଧିରୁ ବାହାରୁଛି ଡିଜେଲ, ଘରକୁ ବୋହି ନେଉଛନ୍ତି ଲୋକେ

ପଥର ସନ୍ଧିରୁ ବାହାରୁଛି ଡିଜେଲ, ଘରକୁ ବୋହି ନେଉଛନ୍ତି ଲୋକେ

କନ୍ଧମାଳ: ଦାରିଙ୍ଗିବାଡି ବିଲ ହୁଡ଼ା ପଥର ସନ୍ଧିରୁ ବାହାରୁଛି ଡିଜେଲ । ମାଟି ଖୋଳି ପଥର ସନ୍ଧିରୁ ଡିଜେଲ ବାହାର କରୁଛନ୍ତି ଲୋକେ । କଥା ଟି ଆଶ୍ଚର୍ଯ୍ୟ ହେଲେ ବି ସତ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଂଚଳରେ । ଦାରିଙ୍ଗିବାଡି ଭାରତୀୟ ପେଟ୍ରୋଲ ପମ୍ଫ ଠାରୁ ମାତ୍ର ୪୦୦ ମିଟର ଦୂରରେ ବିଲ ହୁଡ଼ାର ପଥର ସନ୍ଧିରୁ ଡିଜେଲ ଝରୁ ଥିବା ଦେଖିବାକୁ ମିଳିଛି ।

ଡିଜେଲ ସଂସ୍ପର୍ଶରେ ଜଣେ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଥିବା ଜଣାପଡ଼ିଛି । ପାଖରେ ଥିବା ପେଟ୍ରୋଲ ପମ୍ଫ ଟାଙ୍କିରୁ ତେଲ ଲିକ ହୋଇନଥିବା ସ୍ପଷ୍ଟକରିଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ବିଲ ପଥର ଖୋଲରୁ ଡିଜେଲ ବାହାରୁଥିବା ଜାଣି ସ୍ଥାନୀୟ ଲୋକଙ୍କ ଘଟଣା ସ୍ଥଳରେ ଭିଡ଼ ଜମିଛି। ଡିଜେଲକୁ ଲୋକ ବାଲ୍ଟି , ବୋତଲରେ ପୂରାଇ ବୋହିନେଉଛନ୍ତି । ପ୍ରାୟ ୩୦, ୪୦ଲିଟର ଡିଜେଲ ଲୋକେ ବୋହି ନେଇଥିବା ଜଣାପଡ଼ିଛି ।
https://onakhabar.com/2020/02/08/rape-case-67/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking