38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶହରିୟାଣାରେ ଡିଜେଲ ର ଡୋର ଷ୍ଟେପ ଡେଲିଭେରି

ହରିୟାଣାରେ ଡିଜେଲ ର ଡୋର ଷ୍ଟେପ ଡେଲିଭେରି

ନୂଆଦିଲ୍ଲୀ : ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ହରିୟାଣାରେ ଡିଜେଲର ଡୋର ଷ୍ଟେପ  ଡେଲିଭେରି ଆରମ୍ଭ କରିଛି । ଏହା ଅଧୀନରେ ଗ୍ରାହକଙ୍କୁ ଅର୍ଡର ଦେବା ଉପରେ, ବର୍ତ୍ତମାନ ଘରେ ବସି ଡିଜେଲ ଉପଲବ୍ଧ ହେବ । ତେବେ, ଡୋର ଷ୍ଟେପ ବିତରଣର ଏହି ସୁବିଧା ବ୍ୟବହାର କରିବାକୁ ଗ୍ରାହକଙ୍କୁ ଅତି କମରେ 20 ଲିଟର ଡିଜେଲ ଅର୍ଡର କରିବାକୁ ପଡିବ । ବିପିସିଏଲ ନିଜ ବିବୃତ୍ତିରେ କହିଛି ଯେ ଏହା ହମସଫରଙ୍କ ସହ ମିଶି ଏହା ଆରମ୍ଭ କରିଛି। ହମସଫର ହେଉଛି ଏକ ଆପ୍ ଆଧାରିତ ଡୋର ଷ୍ଟେପ  ଡିଜେଲ ବିତରଣ ସେବା ।

ବିପିସିଏଲର ବିକ୍ରୟ ଅଧିକାରୀ ମାୟାନକ ସିଂଙ୍କ ଅନୁଯାୟୀ, “ଏହି ଯୋଜନା ଅଧୀନରେ ଆମେ 20 ଲିଟର କ୍ୟାନରେ ଗ୍ରାହକଙ୍କୁ ଡିଜେଲ ବିତରଣ କରିବୁ। ଛୋଟ  ସୋସାଇଟି, ମଲ୍, ଡାକ୍ତରଖାନା, ବ୍ୟାଙ୍କ, ନିର୍ମାଣ ସ୍ଥାନ, କୃଷକ ଏବଂ ଶିକ୍ଷାନୁଷ୍ଠାନ ସହିତ । ଏହା ସହିତ କ୍ଷୁଦ୍ର ଶିଳ୍ପଗୁଡିକ ମଧ୍ୟ ଏହି ଯୋଜନାରୁ ଲାଭ ପାଇବେ । ଏଥି ସହିତ ସେ କହିଛନ୍ତି, “ବଡ ଗ୍ରାହକଙ୍କୁ ଡୋର ଷ୍ଟେପ୍ ବିତରଣରେ ବହୁ ପରିମାଣର ଡିଜେଲ ଯୋଗାଇବା ପରେ ବର୍ତ୍ତମାନ ଛୋଟ ଗ୍ରାହକଙ୍କ ପାଇଁ ଡିଜେଲର ଏହି ଡୋରଷ୍ଟେପ୍ ବିତରଣ ସେବା ଆରମ୍ଭ ହୋଇଛି । ଏହା ଛୋଟ ଆବଶ୍ୟକତା ସହିତ ଗ୍ରାହକଙ୍କୁ ଉପକୃତ କରିବ।”

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking