24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶଅଖିଲେଶଙ୍କ ପାଇଁ ପ୍ରଚାର କରିବେ ଦିଦି

ଅଖିଲେଶଙ୍କ ପାଇଁ ପ୍ରଚାର କରିବେ ଦିଦି

ନୂଆଦିଲ୍ଲୀ : ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ ଅନ୍ୟ ରାଜନୀତିକ ଦଳଗୁଡ଼ିକ ସହିତ ସାମିଲ ହୋଇଛନ୍ତି ମମତା। ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଅଖିଲେଶଙ୍କ ସହ ହାତ ମିଳାଇଛନ୍ତି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମମତାଙ୍କ ଟିଏମସି ପ୍ରାର୍ଥୀ ଦେବନାହିଁ । କିନ୍ତୁ ମମତା ନିର୍ବାଚନ ବେଳେ ଅଖିଲେଶଙ୍କ ସପା ପାଇଁ ପ୍ରଚାର କରିବେ। ମଙ୍ଗଳବାର ସମାଜବାଦୀ ପାର୍ଟିର ଉପାଧ୍ୟକ୍ଷ କିରଣମୟ ଦତ୍ତ କୋଲକାତାରେ ମମତାଙ୍କୁ ଭେଟିଛନ୍ତି।

ଏହାପରେ ସେ କହିଛନ୍ତି ଯେ ଫେବୃଆରୀ ୮ରେ ମମତା ବାନାର୍ଜୀ ଓ ଅଖିଲେଶ ଯାଦବ ମିଳିତ ଭାବେ ଲକ୍ଷ୍ନୌରେ ଆୟୋଜିତ ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ ଏହାପୂର୍ବରୁ ଉଭୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ। ଉଭୟ ନେତା ବାରାଣସୀରେ ମଧ୍ୟ ଭର୍ଚ୍ୟୁଆଲ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ଟିଏମସି ଉତ୍ତର ପ୍ରଦେଶରେ କୌଣସି ପ୍ରାର୍ଥୀ ଦେବନାହିଁ। ଦଳ ସମାଜବାଦୀ ପାର୍ଟିକୁ ବାହାରୁ ସବୁ ପ୍ରକାରର ସମର୍ଥନ କରିବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking