28.1 C
Bhubaneswar
Friday, March 29, 2024
Homeପଶ୍ଚିମବଙ୍ଗ ନିର୍ବାଚନଦଳିତଙ୍କୁ ଅପମାନ କରି ଦିଦି ପାପ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

ଦଳିତଙ୍କୁ ଅପମାନ କରି ଦିଦି ପାପ କରିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୁର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ମମତା ଦିଦିଙ୍କ ଲୋକମାନେ ପଶ୍ଚିମବଙ୍ଗର ଅନୁସୂଚିତ ଜାତି ଓ ଆମ ଭାଇ ଭଉଣୀ ମାନଙ୍କୁ ଗାଳି ଦେବାକୁ ଆରମ୍ଭ କଲେଣି । ମମତା ଦିଦି ତାଙ୍କୁ ଭିକାରୀ ବୋଲି କହିଛନ୍ତି । ଏପ୍ରିଲ ୧୪ ରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତି ଅଛି । ଜନ୍ମ ଜୟନ୍ତି ପୁର୍ବରୁ ଟିଏମସି , ବାବା ସାହେବଙ୍କର ଏତେବଡ ଅପମାନ କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଟିଏମସି ହାରିବାକୁ ଯାଉଛି । ଦିଦି ଓ ତାଙ୍କ ବ୍ୟବହାରରୁ ଏହା ପ୍ରକାଶ ହେଉଛି ଯେ, ପଶ୍ଚିମବଙ୍ଗ ଲୋକଙ୍କ ପ୍ରତି ଦିଦିଙ୍କ ଘୃଣା କେତେ ପରିମାଣରେ ବଢିଯାଇଛି ।

ବାବା ସାହେବଙ୍କ ପ୍ରତି ମମତା ଦିଦି ଏପରି ଅପମାନ କରିବେ ଏହା କେହି କେବେ ଭାବି ନଥିଲେ । ଏହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ ଯେ, ଏପରି ଅପମାନ କେହି କରିପାରିବେ । ଦିଦି ନିଜକୁ ରୟାଲ ବେଙ୍ଗଲ ଟାଇଗର ବୋଲି କୁହନ୍ତି । ତାଙ୍କର ଏଭଳି ବ୍ୟବହାର ତାଙ୍କୁ ଶୋଭା ଦେଉନାହିଁ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ରାଜା ରାମ ମୋହନ ରାୟ ଜାତିପ୍ରଥା ବିରୁଦ୍ଧରେ ସମଗ୍ର ଦେଶରେ ଲଢେଇ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ପଶ୍ଚିମବଙ୍ଗରେ ଦିଦି ଦଳିତ ମାନଙ୍କୁ ଏପରି ଅପମାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking