39.2 C
Bhubaneswar
Thursday, April 18, 2024
Homeଓଡିଶାଛେରା ପହଁରାରେ ଗଜପତିଙ୍କ ୫୦ ବର୍ଷ

ଛେରା ପହଁରାରେ ଗଜପତିଙ୍କ ୫୦ ବର୍ଷ

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ବିରଳ ରେକର୍ଡ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି । ୧୯୭୧ ମସିହାରୁ ଛେରାପହଁରା କରିଆସୁଛନ୍ତି ଗଜପତି ମହାରାଜା । ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା ଗଜପତି କରିଆସୁଛନ୍ତି । କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ ଗଜପତି । ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ । ସୂଚନାଯୋଗ୍ୟ, ଗଜପତି ମହାରାଜାଙ୍କୁ ୬୮ ବର୍ଷ ବୟସ ।

ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ. ଡିଗ୍ରୀ ହାସଲ କରିଛନ୍ତି । ଗଜପତି ମହାରାଜା ଭାବରେ ଅଭିଷିକ୍ତ ହେବାପରେ ତାଙ୍କର ସମସ୍ତ ଉଚ୍ଚଶିକ୍ଷା ଲାଭ ହେଇଛି l ଛାତ୍ର ଅବସ୍ଥାରେ ଥାଇ ସେ ଶ୍ରୀମନ୍ଦିରରେ ଗଜପତି ମହରାଜା ସେବା ନିଷ୍ଠାର ସହିତ ପାଳନ କରିଆସିଛନ୍ତି l ଆମେରିକାରେ ଉଚ୍ଚଶିକ୍ଷା ଲାଭପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଦିଲ୍ଲୀରେ ହାଇକୋର୍ଟ ଏବଂ ଭାରତର ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ l କିଛି ବର୍ଷ ପରେ ଆଇନ ବ୍ୟବସାୟରୁ ଅବ୍ୟାହତି ନେଇ ସେ କିଛିଦିନ ଡେରାଡୁନରେ ଅବସ୍ଥାନ କରି ଆଇନ ପ୍ରଣୟନରେ ମନୋନିବେଶ କରିଥିଲେ । ସେ ଶ୍ରୀଜଗନ୍ନାଥଙ୍କ ମହାନ ସେବାରେ ନିଜକୁ ନିୟୋଜିତ କରି ଜଗନ୍ନାଥ ସଂସ୍କୃତିର ବିଶ୍ୱରେ ପ୍ରସାର ଦିଗରେ କାର୍ଯ୍ୟକରିଚାଲିଛନ୍ତି । ବର୍ତ୍ତମାନ ସେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷରୂପେ କାର୍ଯ୍ୟ କରୁଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking