34.1 C
Bhubaneswar
Friday, March 29, 2024
Homeଓଡିଶାଧୁଷୁରୀ ଏରିଆ ହସପିଟାଲରେ ଅବ୍ୟବସ୍ଥା : ଆଞ୍ଚଳିକ ବିକାଶ ପରିଷଦର ବନ୍ଦ ଡାକରା

ଧୁଷୁରୀ ଏରିଆ ହସପିଟାଲରେ ଅବ୍ୟବସ୍ଥା : ଆଞ୍ଚଳିକ ବିକାଶ ପରିଷଦର ବନ୍ଦ ଡାକରା

ଧୁଷୁରୀ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଧୁଷୁରୀ ଏରିଆ ହସ୍‍ପିଟାଲରେ ଦେଖାଦେଇଥିବା ଅଚଳାବସ୍ତାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଡାକ୍ତର ନିଯୁକ୍ତ ନହେବା ଏବଂ ବିପର୍ଯ୍ୟସ୍ତ ରୋଗୀ ସେବା କ୍ଷେତ୍ରରେ ସୁଧାର ନଆସିବା ପ୍ରତିବାଦରେ ଆଞ୍ଚଳିକ ବିକାଶ ପରିଷଦ ବନ୍ଦ ଡାକରା ଦେଇଛି । ଏରିଆ ହସ୍ପିଟାଲରେ ଦୀର୍ଘବର୍ଷ ଧରି ଡାକ୍ତର ପଦବୀ ଖାଲି ରହିଛି । ୨୦ ଶଯ୍ୟା ବିଶିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଡାକ୍ତର ରହିବା ସ୍ଥଳେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା କାମ ଚଳାଇ ନିଆଯାଉଛି । ତେବେ ସମ୍ପୃକ୍ତ ଡାକ୍ତର ନିର୍ଦ୍ଧାରିତ ସମୟରେ ଡାକ୍ତରଖାନାକୁ ଆସୁନଥିବା ଓ ବହୁ ସମୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ମଧ୍ୟ ହୋଇଛି । ଧାମନଗର, ତିହିଡ଼ି ଏବଂ ଚାନ୍ଦବାଲି ବ୍ଲକର ୨୦ରୁ ଅଧିକ ପଞ୍ଚାୟତର ଜନସାଧାରଣ ଏହି ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଡାକ୍ତର ନଥିବା ହେତୁ ଫାର୍ମାସିଷ୍ଟଙ୍କ ହାତରେ ରୋଗୀ ସେବା ଚାଲୁ ରହିଥିବା ସ୍ଥଳେ ଅନ୍ୟାନ୍ୟ ଭିତ୍ତିଭୂମି ଜନିତ ଅସୁବିଧା ମଧ୍ୟ ଦେଖାଦେଇଛି । ନାହିଁ ନାହିଁରେ ଚାଲିଥିବା ଧୁଷୁରୀ ଏରିଆ ହସ୍ପିଟାଲର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗତ ନଭେମ୍ବର ୨୩ରେ ଅଞ୍ଚଳବାସୀ ଡାକ୍ତରଖାନାରେ ତାଲା ଝୁଲାଇ ଦେଇଥିଲେ । ଧାମନଗର ତହସିଲଦାର, ଧୁଷୁରୀ ଆଇଆଇସି ଏବଂ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ପହଞ୍ଚି ଚଳିତ ମାସ ୧ ତାରିଖରୁ ନୂତନ ଡାକ୍ତର ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇପାରିନି । ଏପରି ସ୍ଥଳେ ଧୁଷୁରୀ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇ ୬ ଦଫା ଦାବି ନେଇ ଆସନ୍ତା ୬ ତାରିଖ ୧୨ ଘଣ୍ଟିଆ ଧୁଷୁରୀ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking