30.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ଧୋନୀଙ୍କ ଧୂଆଁଧାର ବ୍ୟାଟିଂ : ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍

ଧୋନୀଙ୍କ ଧୂଆଁଧାର ବ୍ୟାଟିଂ : ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍

ନୂଆଦିଲ୍ଲୀ: ଚତୁର୍ଦ୍ଦଶ ସଂସ୍କରଣ ଆଇପିଏଲରେ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଅଧିନାୟକ ମହେନ୍ଦ୍ର ସିଂ ଧୋନଙ୍କ ୬ ବଲ ୧୮ ରନ ଇନିଂସ ବଳରେ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ । ଅନ୍ତିମ ଓଭରରୁ ୧୩ ରନ ରନ ଆବଶ୍ୟକ ରହିଥିବା ବେଳେ ପ୍ରଥମ ବଲରେ ମୋଇନ ଅଲୀଙ୍କୁ ଆଉଟ କରିଥିଲେ ଟମ କୁରାନ୍ । ତେବେ ହ୍ୟାଟ୍ରିକ୍ ଚୌକା ସହିତ ୯ମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚାଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ମାତ୍ର ୪ଟି ବଲ ମଧ୍ୟରେ ମ୍ୟାଚକୁ ୫ ୱିକେଟରେ କ୍ୱାଲିଫାୟର ଜିତିନେଇଥିଲା ସିଏସକେ । ୧୭୩ ରନର ପିଛା କରୁଥିବା ଚେନ୍ନାଇ ପକ୍ଷରୁ ଋତୁରାଜ ଗାଏକ୍ୱାଡ ସର୍ବାଧିକ ୭୦ ରନ କରିଥିଲେ । ରବିନ ଉତ୍ଥାପ୍ପା ୬୩ ରନର ଇନିଂସ ଖେଳି ବିଜୟକୁ ସହଜ ସାଧ୍ୟ କରି ଦେଇଥିଲେ ।

ଗାଏକ୍ୱାଡ ୫୦ ବଲରୁ ୫ ଚୌକା ଓ ୨ ଛକା ସହିତ ୭୦ ରନ କରିଥିବା ବେଳେ ଉତ୍ଥାପ୍ପା ୭ଟି ଚୌକା ଓ ୨ଟି ବିଶାଳ ଛକ୍କା ମାରିଥିଲେ । ଶେଷ ଦୁଇ ଓଭରରେ ବ୍ୟାଟିଂ କରିଥିବା ଧୋନୀ ନିଜ ଇନିଂସରେ ୩ ଚୌକା ଓ ୧ ଛକା ମାରିଥିଲେ । ଟମ କୁରାନ ମାତ୍ର ୨୯ ରନରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆଭେଶ ଖାନ ଓ ନର୍ଜେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ପକ୍ଷରୁ ଶିଖର ଧୱନ(୭) ଓ ପୃଥ୍ୱୀ ଶ(୬୦) ୩୬ ରନ ସଂଗ୍ରହ କରିଥିଲେ । ଶ ଗୋଟିଏ ପଟୁ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟୁ ଶସ୍ତାରେ ୱିକେଟ ହରାଇ ଚାଲିଥିଲା ଦିଲ୍ଳୀ ।

ଧୱନ(୭), ଶ୍ରେୟସ ଆୟରା(୧) ଓ ଅକ୍ଷର ପଟେଲ(୧୦) ସହଜରେ ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ (୫୧) ଓ ସିମରନ ହିଟମେୟର(୩୭) ଦଳକୁ ୧୭୦ ରନରେ ପହଞ୍ଚାଇଥିଲେ । ୩୪ ବଲ ଖେଳିଥିବା ଶଙ୍କ ଇନିଂସରେ ୭ ଚୌକା ଓ ୩ ଛକା ସାମିଲ ଥିଲା। ସେହିପରି ଶେଷ ଯାଏଁ ଅପରାଜିତ ଥିବା ପନ୍ତ ୩୫ ବଲ ଖେଳି ୩ ଚୌକା ଓ ୨ ଛକା ମାରିଥିଲେ । ଚେନ୍ନାଇ ପକ୍ଷରୁ ହେଜେଲଉଡ ମାତ୍ର ୨୯ ରନରେ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ବ୍ରାଭୋ, ଜାଡେଜା ଓ ମୋଇନ ଅଲୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking