30.1 C
Bhubaneswar
Thursday, April 25, 2024
Homeଓଡିଶାପୁରୁଷ ଶୂନ୍ୟ ହୋଇପଡ଼ିଛି ଢିଙ୍କିଆ, ଘରୁ ବାହାରୁ ନାହାନ୍ତି ଲୋକେ...

ପୁରୁଷ ଶୂନ୍ୟ ହୋଇପଡ଼ିଛି ଢିଙ୍କିଆ, ଘରୁ ବାହାରୁ ନାହାନ୍ତି ଲୋକେ…

.ବାଲିତୁଠ : ପୁରୁଷ ଶୂନ୍ୟ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଅଞ୍ଚଳ । ପୋଲିସ ସହ ଶୁକ୍ରବାରର ଖଣ୍ଡ ଯୁଦ୍ଧ ପରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଘରୁ ବାହାରୁ ନାହାନ୍ତି । ଯେଉଁମାନେ ଘରୁ ବାହାରୁଛନ୍ତି ପୋଲିସ ଓ ପ୍ରଶାସନ ଉପରେ ରୋଷ ଝାଡ଼ିଛନ୍ତି । ପୋଲିସ ଗାଁର କିଛି ଲୋକଙ୍କୁ ଗିରଫ କରିଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । ଗାଁକୁ ଆସୁଥିବା ବ୍ୟକ୍ତିଙ୍କ ଯାଞ୍ଚ କରୁଛି ପୋଲିସ୍ । ପାଟଣା ଗାଁ ପ୍ରବେଶ ପଥରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ପୋଲିସ୍ ଜଣ ଜଣକଙ୍କୁ ଯାଞ୍ଚ କରି ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରୁଛି । ପ୍ରସ୍ତାବିତ ଜେଏସ୍‌ଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଗତକାଲି ପୋଲିସ୍‌-ଜନତା ମୁହାଁମୁହିଁ ହୋଇଥିଲେ । ଏପରିକି, ଉଭୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେପଟେ ଢିଙ୍କିଆକୁ ଆସୁଥିବା କିଛି ସମାଜସେବୀଙ୍କୁ ପୋଲିସ୍ ଅଟକାଇ ଥିବା ଜଣାପଡ଼ିଛି । ଅନ୍ୟପକ୍ଷେ, ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ କଡ଼ା ନିନ୍ଦା କରିଛି । ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ଗତକାଲି ଢିଙ୍କିଆରେ ପୋଲିସ ଯେଭଳି ଭାବେ ଲୋକଙ୍କୁ ମାଡ଼ ମାରିଛି, ତାହା ମାନବାଧିକାରର ଉଲ୍ଲଘଂନ । ଜନ ଶୁଣାଣି ପରେ ହିଁ କୌଣସି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହେବା କଥା କିନ୍ତୁ ତା ବଦଳରେ ଜମି ହରାଉଥିବା, ରୋଜଗାର ହରାଉଥିବା ଲୋକଙ୍କୁ ପୋଲିସ ମାଡ଼ ମାରିଛି । କଳିଙ୍ଗନଗରରେ ସରକାର ଯେମିତି ଏକ ପକ୍ଷ ହୋଇଥିଲେ, ଜେଏସ୍‌ଡବ୍ଲୁ ପାଇଁ ମଧ୍ୟ ରାଜ୍ୟ ସରକାର ସେମିତି ଏକ ପକ୍ଷ ହୋଇଥିବା ନିଶିକାନ୍ତ କହିଛନ୍ତି । ଆବଶ୍ୟକ ଅନୁସାରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ନିଶିକାନ୍ତ କହିଛନ୍ତି । ମାନବାଧିକାର ଉଲ୍ଲଘଂନ ଯେମିତି ନ ହେବ, ସେଥିପାଇଁ କଂଗ୍ରେସ ଚେତାବନୀ ଦେଇଛି । ଜେଏସ୍‌ଡବ୍ଲୁ ପ୍ରକଳ୍ପକୁ ବିରୋଧକୁ ନେଇ ପୋଲିସର ଲାଠି ମାଡ଼କୁ ସିପିଏମ୍ ମଧ୍ୟ ନିନ୍ଦା କରିଛି । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହାର ଏସ୍‌ଆଇଟି ତଦନ୍ତ ଓ ଘଟଣା ପାଇଁ ଦାୟୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପାନବରଜର କ୍ଷତିପୂରଣ ପ୍ରଦାନ କରିବାକୁ ସିପିଏମ୍ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking