26.1 C
Bhubaneswar
Wednesday, May 25, 2022
Homeଓଡିଶାଢିଙ୍କିଆ: ଷ୍ଟାଟସ ରିପୋର୍ଟ ନିର୍ଦ୍ଦେଶ

ଢିଙ୍କିଆ: ଷ୍ଟାଟସ ରିପୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର: ଢିଙ୍କିଆ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଉଣ୍ଡ ଜିରୋର ଷ୍ଟାଟସ ରିପୋର୍ଟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ବିଭାଗ ଅଦିକାରୀଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ କୁହାଯାଇଛି । ଢିଙ୍କିଆ ଓ ପାଖ ଅଂଚଳକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ପାଇଁ ବି କୁହାଯାଇଛି । ତେବେ ଆସନ୍ତା ୨୭ରେ ମାମଲା ଉପରେ ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ ଢିଙ୍କିଆ ଗାଁରେ ଗତକାଲି ତିନୋଟି ଟିମ୍‌ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ଗାଁର ପ୍ରସନ୍ନ ସାହୁ, ବାପୁ ରାଉତ, ଟୁକ ରାଉତ, ରମେଶ ମଲ୍ଲିକ ଓ ଶଙ୍କର ମଲ୍ଲିକଙ୍କ ଭଳି ବହୁ ଲୋକ ନିଜେ ଉପସ୍ଥିତ ରହି ବରଜ ମାପ କରିଥିଲେ । ତେବେ ଆଜି ପ୍ରାୟ ୫୦ରୁ ଅଧିକ ପାନବରଜ ମାପଚୁପ କରାଯାଇଥିଲା । ସେଥିମଧ୍ୟରୁ ୩୫ଟି ପାନବରଜ ଭଙ୍ଗା ଯାଇଛି । ଏହି ସମସ୍ତ ବରଜ ଢିଙ୍କିଆ, ମାହାଳ ଓ ପାଟଣା ଗାଁର ବୋଲି ଜଣା ପଡ଼ିଛି ।

ଆଜି ସୁଦ୍ଧା ପ୍ରାୟ ୪୦୦ରୁ ଅଧିକ ପାନ ବରଜ ମାପଚୁପ ଶେଷ ହୋଇଛି । ଗତ ୨ ଦିନ ହେବ ଏହି ଗାଁର ଲୋକମାନେ ପାନବରଜ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଯେଉଁ ମାନଙ୍କ ସହମତି ଓ ସହଯୋଗ ରହିଛି ସେହି ଅନୁଯାୟୀ ବରଜ ଭଙ୍ଗା କାର୍ଯ୍ୟ କରାଯାଉଛି । ଏଥି ସହିତ କମ୍ପାନୀ ପକ୍ଷରୁ ମାହାଳ ସୀମାରେ ହୋଇଥିବା ଅସ୍ଥାୟୀ କାର୍ଯ୍ୟାଳୟରେ ମଧ୍ୟ ସ୍ଥାନୀୟ ଲୋକମାନେ ସେମାନଙ୍କ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking