29.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା କଟକଣା ମଧ୍ୟରେ ପାଳିତ ହେଲା ଦୋଳମେଲଣ ପର୍ବ

କରୋନା କଟକଣା ମଧ୍ୟରେ ପାଳିତ ହେଲା ଦୋଳମେଲଣ ପର୍ବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନ୍ତରେ କରୋନା କଟକଣା ଭିତରେ ପାଳିତ ହୋଇଯାଇଛି ଦୋଳ ମେଲଣ ପର୍ବ । ପ୍ରଶାସନ ତରଫରୁ ଜାରି କରାଯାଇଥିବା ନିର୍ଦେଶନାମାକୁ ଆଧାରକରି ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ରାଧାକୃଷ୍ଣଙ୍କ ଦୋଳ ବିମାନ ନଗର ପରିକ୍ରମା କରିଥିଲା । ଢେଙ୍କାନାଳ ସଦର ବ୍ଲକର ରାଧାଦେଇପୁର, ଆରଦା, ତରଭା, ଚାଉଳିଆ, କାଟେଣି, ଟଭାପାଳ, ସେହିପରି ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ, ମଠକରଗୋଳା, ଅରଖପାଳ, ମାରର୍ଥାପୁର, ଅଦିପୁରା, ଜିନେଇଲ, ଦୀଘି, ସରଦେଇପୁର ସହିତ ଗଁଦିଆ ବ୍ଲକର ଦେଓଗାଁ, ଅନ୍ନପୁର, ବିଧାରପୁର, ଯୋରନ୍ଦାର ବିରିଖୁଂଟି ଆଦି ଅଂଚଳରେ ଦୋଳ ପର୍ବ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏହି ଶୋଭାଯାତ୍ରାରେ କେବଳ ସଂକିର୍ତନ ମଣ୍ଡଳି ଓ ଘଂଟବାଦ୍ୟରେ ସୁସଜିତ ବିମାନରେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ପରେ ନୀତିକାନ୍ତି ପୁଜା କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଫଗୁ ଅବିର ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking