31.1 C
Bhubaneswar
Friday, March 29, 2024
Homeଓଡିଶାମଠତେନ୍ତୁଳିଆ ଗ୍ରାମରେ ଅଗ୍ନିକାଣ୍ଡ

ମଠତେନ୍ତୁଳିଆ ଗ୍ରାମରେ ଅଗ୍ନିକାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ସହିତ ଘରର ସମସ୍ତ ଆସବାପତ୍ର ସହିତ ସମସ୍ତ ଜିନିଷ ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି । ରୋଷେଇ କରୁଥିବା ସମୟରେ ଏପରି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ମିଳିଥିବା ସୁଚାନା ମୁତାବକ, ପ୍ରାତଃ ସମୟରେ ଘରେ କେହି ନଥିବା ବେଳେ ବାଇଧର ସୋରେନଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ରୋଷେଇ କରୁଥିବା ସମୟରେ କୈଣସି କାରଣ ବସତଃ ଏପରି ଅଘଟଣ ହୋଇ ଥିବା ଜଣା ପଡିଛି । ନିମିଷକେ ଘରର ପ୍ରତିକୋଣରେ ନିଆଁ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବାଇଧରଙ୍କ ଦୁଇ ବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁ ଲାଭାଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking