26.1 C
Bhubaneswar
Friday, March 29, 2024
Homeଓଡିଶା୨ଟି ମେଗା ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

୨ଟି ମେଗା ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ୪ ଟି ବ୍ଲକ୍ ନିମନ୍ତେ ୨ଟି ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପଟିର ଖର୍ଚ୍ଚ ନିମନ୍ତେ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସୁଚନା ମିଳିଛି । ଢେଙ୍କାନାଳ ପୁର୍ତବିଭାଗ ହାକବଞ୍ଜିଗଳଠାରେ ହୋଇଥିବା ପ୍ରେସ୍ ସମ୍ମିଳନୀରେ ଖଣିମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଏ ସଂପର୍କରେ ସୁଚନା ଦେଇଥିଲେ । କଙ୍କଡାହାଡ, ପର୍ଜଙ୍ଗ ବ୍ଲକ ଏବଂ କାମାକ୍ଷାନଗର ବ୍ଲକ୍ ନିମନ୍ତେ ୧୦ ଟି ପଂଚାୟତରେ ପାନୀୟଜଳ ପ୍ରକଳ୍ପ ପାଇଁ ଡିପିଆଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ମେ ମାସ ଶେଷ ସୁଧା ଶେଷ ହେବ ବୋଲି ସେ କହିଛନ୍ତି ।

ସେହିପରି ଅନୁମୋଦିତ ହୋଇଥିବା ପ୍ରକଳ୍ପରେ ଢେଙ୍କାନାଳ ସଦର ବ୍ଲକର ୧୨ ପଂଚାୟତକୁ ଅର୍ନ୍ତଭୁକ୍ତ କରାଯାଇଛି । ସେଗୁଡିକ ହେଲା ଶୁଆଖାଇକାଟେଣୀ, ନାଗିଆପଶି, ତାଳବରକୋଟ, କାଙ୍କଡପାଳ, ସପ୍ତଶଯ୍ୟା, ଗୋବିନ୍ଦପୁର, ନଡିଆଳି, ମଙ୍ଗଳପୁର, ଭାଲିଆବୋଲକାଟେଣି । ଏହାପରେ ଗଁଦିଆ, ସଦର, ଭୁବନ ଏବଂ କାମାକ୍ଷାନଗର ବ୍ଲକ୍‌ରେ ୮୦ ପଂଚାୟତରେ ଏହି ଦୁଇ ମେଗା ପ୍ରକଳ୍ପ କାର୍ଯ୍ୟକାରି ହେବ । ଏହି କାର୍ଯ୍ୟକୁ ସଂପାଦନ କରିବା ନିମନ୍ତେ ହାଇଦ୍ରାବାଦର ମେଗା ଇଞ୍ଜିନିୟରିଂ ଇନ୍‌ଫ୍ରଷ୍ଟ୍ରକ୍‌ଚର ଲିମିଟେଡକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପକୁ ୨୦୨୨ ମସିହା ଭିତରେ କାର୍ଯ୍ୟ ଶେଷ ନିମନ୍ତେ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking