29.1 C
Bhubaneswar
Thursday, April 25, 2024
Homeଓଡିଶାପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନର ବାଇକ୍ ରାଲିକୁ ସମ୍ବର୍ଦ୍ଧନା

ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନର ବାଇକ୍ ରାଲିକୁ ସମ୍ବର୍ଦ୍ଧନା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପ୍ରଗତିଶୀଳ ନାଗରିକ ମଂଚ, ସର୍ବୋଦୟ ମଣ୍ଡଳ,ବରିଷ୍ଠ ନାଗରିକ ମଂଚ, ମେହେରୁଲି ସେଂଟର, ଆମ୍ ଆଦମୀଦଳ, ନବ ନିର୍ମାଣ କୃଷକ ସଂଗଠନ, ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ ତଥା ବିିଭିନ୍ନ ପ୍ରଗତିଶୀଳ ସଂଗଠନ ବ୍ୟକ୍ତିବିଶେଷଙ୍କ ମିଳିତ ପ୍ରଚେଷ୍ଠାରେ ଆଜି କୃଷକମାନଙ୍କର ହକ ହାସଲପାଇଁ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମିତି ତରଫରୁ କୃଷକ ନେତା ଲିଙ୍ଗରାଜ ଓ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଭିମୂଖେ ଶତାଧିକ କୃଷକମାନଙ୍କର ଆସୁଥିବା ବାଇକ୍ ରାଲିକୁ ଉପରୋକ୍ତ ସଂଗଠନର କର୍ମକର୍ତାଗଣ ଢେଙ୍କାନାଳ ଠାରେ ବାଜିରାଉତ ସହୀଦ ସ୍ମୃତି ସ୍ତମ୍ବଠାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ନେତୃବୃନ୍ଦ ତଥା ଢେଙ୍କାନାଳରେ ସାମିଲ ହୋଇଥିବା ସଂଗଠନର ନେତୃବୃନ୍ଦ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବର୍ଣ୍ଣାଢ୍ୟ ରାଲି ଢେଙ୍କାନାଳ ବଜାର ଦେଇ ଜିଲ୍ଲାପାଳଙ୍କ ଦପ୍ତର ଏବଂ ବସଷ୍ଟାଣ୍ଡ ଦେଇ ବାଟରେ ଆମ୍ବେଦକର ଓ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କୃଷକଙ୍କ ସ୍ୱାର୍ଥରେ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନିକଳା ଆଇନ୍ ବିରୁଦ୍ଧରେ ସ୍ଲୋଗାନ ଦେଇ କାଠଗଡାସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରରେ ପହଂଚିଥିଲା ।

ପଶ୍ଚିମ ଓଡ଼ିଶାରୁ ଶତାଧିକ କୃଷକ ତଥା କୃଷକ ନେତୃବୃନ୍ଦ ଗାନ୍ଧୀଅଧ୍ୟୟନ କେନ୍ଦ୍ରରେ ଅପରାହ୍ନରେ ଭୋଜନ କରି ବିଶ୍ରାମନେଇ କଟକ ଗାନ୍ଧୀସ୍ମୁତି ସଦନ ଅଭିମୂଖେ ଆଜି ରାତ୍ର ରହଣୀ ପାଇଁ ବିଦାୟ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ମେହେରୁଲି ସେଂଟର ଓ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ଦାୟିତ୍ୱରେ ଥିବା କଲ୍ୟାଣ ଆନନ୍ଦ ଓ ପ୍ରଗତିଶୀଳ ନାଗରିକ ମଂଚର ଆବାହକ ସରୋଜ ସତପଥୀ ନିର୍ବାହ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସାମିଲ ଥିବା ବିଭିନ୍ନ ସଂଗଠନର କର୍ମକର୍ତା ପଙ୍କଜ ନାୟକ, ପ୍ରଦୀପ କୁମାର ସାହୁ, ଅରିନ୍ଦମ ମିଶ୍ର, ବିପ୍ରବର ସାହୁ, ପ୍ରଦ୍ୟୁମ୍ନ ରଥ, ଢେଙ୍କାନାଳ ନାଗରିକ ପରିଷଦଦ, ଜିଲ୍ଲା କିଶାନ କଂଗ୍ରେସ ପ୍ରମୁଖ ସାହାଯ୍ୟ ସହଯୋଗ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଜିଲ୍ଲାରେ ବଳଶାଳୀ କରିବାର ସ୍ପଟ ସୂଚନା ଦିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking