40.1 C
Bhubaneswar
Wednesday, April 24, 2024
Homeଓଡିଶାଚରିତ୍ରକୁ ସନ୍ଦେହ କରି ପତ୍ନିକୁ ପିଟି ପିଟି ହତ୍ୟା

ଚରିତ୍ରକୁ ସନ୍ଦେହ କରି ପତ୍ନିକୁ ପିଟି ପିଟି ହତ୍ୟା

ଢେଙ୍କାନାଳ : ପତ୍ନିର ଚରିତ୍ର ସନ୍ଦେହକୁ ନେଇ ସ୍ୱାମି ସାଜିଲା ସୈତାନ । ଶେଷରେ ରକ୍ତ ମୁଖା ପାଲଟିଲା ସ୍ୱାମୀ । ଆଉ ଶ୍ୱଶୁର ଘରେ ପଶି ଫ୍ୟାନ ରଡ୍‌ରେ ପିଟି ପଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ହତ୍ୟା କରିବା ପରେ ସ୍ୱାମୀ ଥାନାରେ ଆତ୍ମ ସବର୍ପଣ କରିଥିବା ଜଣାପଡିଛି।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ସଦର ଥାନା ଅଧିନରେ ଥିବା ବାଜିଚୈାକ ଅଚଂଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ଘଟଣା ସ୍ଥଳରେ ସଦରଥାନା ପୋଲିସ ପହଚିଂବା ସହିତ ଶବକୁ ଜବତ କରିବା ସହିତ ଶବ ବ୍ୟବଛେଦ କରିବା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ଜଣାପଡିଛି । ମୃତକ ମହିଳା ଜଣଙ୍କ ନାମ ମମତା ମହାଳିକ ୨୮ ବର୍ଷ । ହତ୍ୟାକାଣ୍ଡ ଘଟାଇଥିବା ସ୍ୱାମି ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ ବୋଲି ଜଣାପଡିଛି ।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଣସିଂହ ଗ୍ରାମରେ ହେଉଛି ସତ୍ୟବ୍ରତଙ୍କ ଘର । ସତ୍ୟବ୍ରତ ଢେଙ୍କାନାଳ ସହରର ହାଉସିଂ ବୋର୍ଡ ଅଚଂଳର ପଙ୍କଜ ବେହେରାଙ୍କ ଝିଅ ମମତାଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ବିବାହର ୧୦ ବର୍ଷ ବିତିଯାଇଥିଲା । ତେବେ ସତ୍ୟବ୍ରତ ତାଙ୍କ ସ୍ତ୍ରୀର ଚିରିତ୍ରକୁ ସଦାବେଳେ ସନ୍ଦେହ କରୁଥିଲେ ପରିବାର ଲୋକ ପ୍ରକାଶ କରିଛନ୍ତି । ଯାହା ଫଳରେ ମମତା ତାଙ୍କର ଦୁଇ ଶିଶୁ ପୁଅଙ୍କୁ ନେଇ ବାପ ଘରେ ରହୁଥିଲେ । ଏପରିକି ସ୍ୱାମୀର ଭୟରେ ଗାଁ ଛାଡି ଆସି ବାଜିଚୈାକସ୍ଥିତ ବାପା ମାଙ୍କ ପାଖରେ ଭଡାଘରେ ରହୁଥିଲେ । ତେବେ ଗତ କିଛି ଦିନ ହେଲା ସତ୍ୟବ୍ରତ ଗାଁକୁ ଆସି ସୁଯୋଗ ଖୋଜୁଥିଲେ । ତେବେ ଛକି ରହିଥିବା ସତବ୍ରତ ସୁଯୋଗ ପାଇ ଆଜି ଭୋର ସମୟରେ ଏହି ଭଡା ଘରେ ପଶି ଫ୍ୟାନ ରଡ୍‌ରେ ପିଟି ପିଟି ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ପରେ ଟାଉନ ଥାନାରେ ଆତସମର୍ପଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking