16.1 C
Bhubaneswar
Friday, January 28, 2022
Homeଓଡିଶାହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାସୋଳ ରେଞ୍ଜ ଅଧିନରେ ଥିବା ବୁହାଳିପାଳ ପଚାଂୟତର ପାଶାସିଂ ଗ୍ରାମର ରିନା ବେହେରା (୪୦)ଙ୍କ ମଙ୍ଗଳବାର ଦିନ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ମାତ୍ର ଘଟଣା ସ୍ଥଳରେ ହାତୀ କଚାଡି ଦେବାରୁ ରିନାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଚିଂ ଶବ ବ୍ୟବଛେଦ କରିବା ଲାଗି ପଠାଇଛନ୍ତି ।

ମିଳିଥିବା ସୁଚନା ମୁତାବକ, ରିନା ବେହେରା ଓ ତାଙ୍କ ସ୍ୱାମୀ ମାନସ ବେହେରାଙ୍କ ପଶାସିଂ ଗ୍ରାମରେ । ସେ ଘର ଜ୍ୱାଇଁ ହୋଇ ନବକିଶୋରପୁର ପଚାଂୟତର ବଡକିଆରି ଗ୍ରାମରେ ରହି ଆସୁଥିଲେ । ମାତ୍ର ଏକ ମାସ ହେବ ଉଭୟ ନିଜ ଗ୍ରାମରେ ଆସି ନିଜର ୫ ବର୍ଷର ଝିଅ ସହିତ ରହିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଛି । ମାତ୍ର ମୃତ ରିନା ବେହେରାଙ୍କର ଆଧାର କାର୍ଡ ଓ ବ୍ୟାଙ୍କ୍ ପାସ୍ ବୁକ୍ ନଥିବା ଜଣାପଡିଛି ।

ତେଣୁ ମୃତକଙ୍କ ପରିବାର ସହାୟତା ରାଶି ପାଇବା ନେଇ ଆଶଙ୍କା ଦେଖାଦେଇଛି । ଏପଟେ ଫରେଷ୍ଟର ସୁଦର୍ଶନ ଦେହୁରୀ କହିଛନ୍ତି କି ହାତୀ ଆକ୍ରମଣରେ ମୃତ୍ୟୁ ଘଟିଲେ ତୁରନ୍ତ ୪୦ ହଜାର ଟଙ୍କାର ଚେକ୍ ଦେବାକୁ ନିର୍ଦେଶ ରହିଛି । ପରେ ଆବଶ୍ୟକ କାଗଜ ପତ୍ର ଦାଖଲ ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ମୃତ ରିନାଙ୍କର ବ୍ୟାଙ୍କ୍ ପାସ୍ ବୁକ୍ ଓ ପରିଚୟପତ୍ର କିମ୍ବା ଆଧାରକାର୍ଡ ନଥିବା ନେଇ ସହାୟତା ରାଶି ପାଇବା ନେଇ ଚିନ୍ତା ବଢାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking