34.1 C
Bhubaneswar
Thursday, April 25, 2024
Homeଓଡିଶାସଂକ୍ରମଣ ଭୟରେ ହଜିଯାଉଛି ମାନବିକତା

ସଂକ୍ରମଣ ଭୟରେ ହଜିଯାଉଛି ମାନବିକତା

ଢେଙ୍କାନାଳ : ମହାମାରୀ କରୋନା ସମୟରେ ମରଶରୀରକୁ ଉଚିତ୍ ସମ୍ମାନ ମିଳୁନି । କୋଭିଡ୍ ସଂକ୍ରମଣରେ ହେଉ ଅଥବା ସାଧାରଣ ଲୋକ, କାହାରି ମୃତ୍ୟୁ ଘଟିଲେ ସଂକ୍ରମଣ ଭୟରେ ମୃତ ଦେହର ପାଖ ମାଡୁନାହାନ୍ତି ସଂପର୍କୀୟ କିମ୍ବା ସାହି ପଡୋଶୀ । ଢେଙ୍କାନାଳ ଜିଲ୍ଲାରେ ଏହିଭଳି ଘଟଣା ବଢିଚାଲିଥିବାବେଳେ ଅନେକ କ୍ଷେତ୍ରରେ ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଗକୁ ଆସି ମାନବିକତାର ପରିଚୟ ଦେଉଛନ୍ତି । ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍‌ର କର୍ମକର୍ତା ଶନିବାର ଏଭଳି ଜଣେ ବ୍ୟକ୍ତିଙ୍କ ମରଶରୀର ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଯୁଧିଷ୍ଠିର ସ୍ୱାଇଁ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ।  କିଛିଦିନ ପୂର୍ବେ ସେଠାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଥିଲେ । ଅମ୍ଲଜାନ ସ୍ତର କମିଯାଉଥିବାରୁ ତାଙ୍କୁ ବଜରଙ୍ଗ କ୍ଲବ୍ ତରଫରୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା । ତେବେ ଶନିବାର ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ପାଖପଡୋଶୀ ଓ ଗ୍ରାମବାସୀ ସହଯୋଗ ନକରିବାରୁ ତାଙ୍କର ମୃତଦେହ ବହୁ ସମୟ ଧରି ପଡି ରହିଥିଲା ।

କିଛିଦିନ ପୂର୍ବେ ତାଙ୍କ ବଡପୁଅର ମଧ୍ୟ କୋଭିଡ୍‌ରେ ମୃତ୍ୟୁ ହୋଇଯାଇଥିଲା । ଏଣୁ କିଛି ଉପାୟ ନପାଇ ତାଙ୍କର ସାନପୁଅ ସତ୍ୟାନନ୍ଦ ସ୍ୱାଇଁ ବଜରଙ୍ଗ କ୍ଲବ୍‌ର ସହାୟତା ଲୋଡିଥିଲେ । ଏପରିକି ଗ୍ରାମବାସୀ ଗାଁ ମଶାଣୀରେ ଦାହ ସଂସ୍କାର ପାଇଁ ବିରୋଧ କରିବାରୁ ବଜରଙ୍ଗ କ୍ଲବ୍‌ର କର୍ମକର୍ତାମାନେ ପହଁଚି ମହିଷାପାଟ ଖାଇରଗଡା ଶ୍ମଶାନରେ କୋଭିଡ୍ ନିୟମାନୁଯାୟୀ ଶବ ସଂସ୍କାର କରିଥିଲେ । ମାତ୍ର ଦଶଦିନ ତଳେ ତାଙ୍କ ବଡପୁଅ ମୃତ୍ୟୁ ବରଣ କରିଥିଲେ । ଏଥିରେ କ୍ଲବ୍‌ର ସଭାପତି ଅମରେନ୍ଦ୍ର ସାମଲଙ୍କ ବ୍ୟତୀତ ସଭ୍ୟ ସଞ୍ଜୟ ବେହେରା, ରାକେଶ ପାତ୍ର, ରବିନ୍ଦ୍ର ସୋନି, ଗଣେଶ୍ୱର ମହାପାତ୍ର ଉପସ୍ଥିତ ରହି ଶବ ସତ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking