31.1 C
Bhubaneswar
Friday, March 29, 2024
Homeଓଡିଶାଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର

ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ସହର ମଧ୍ୟରେ ବସଷ୍ଟାଣ୍ଡ୍ ଛକରୁ ଗୋଟିଏ ବାଳିକା ଜଣଙ୍କଏକୁଟିଆ ବସି କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସ୍‌କୁ ଖବର ଦେବାରୁ ସେଠାରେ ଟାଉନ୍ ପୋଲିସ ପହଚିଂ ଉଦ୍ଧାର କରିଛି । ମିଳିଥିବା ସୁଚନାରୁ, ଉଦ୍ଧାର କରାଯାଇଥିବା ଶିଶୁଟିର ଘର ଅନୁଗୁଳ ନାଲକୋ ସିସିପିପି ଅଚଂଳର ବୋଲି ଜଣାପଡିଛି । ତେବେ ବାଳିକା ଜଣଙ୍କର ବୟସ ୧୩ ବର୍ଷ ହୋଇଥିବା ଜଣାପଡିଛି । ବାଳିକା ଜଣଙ୍କ ଢେଙ୍କାନାଳ ସହରର କୁଞ୍ଜକାନ୍ତ ଅଚଂଳରେ ଥିବା ସତ୍ୟବ୍ରତ ସାହୁଙ୍କ ଘରେ ରହୁଥିଲା ବୋଲି ଜଣାପଡିଛି । ତେବେ ନାବାଳିକା ଶିଶୁ ଜଣଙ୍କ ଢେଙ୍କାନାଳ ସଦର ମହକୁମାରେ କୁଞ୍ଜକାନ୍ତର ଅନ୍ୟଜଣଙ୍କ ଘରେ କାହିଁକି ରହୁଥିଲା ସେ ନେଇ ସ୍ଥାନୀୟ ଅଚଂଳରେ ପ୍ରଶ୍ନ ଉଙ୍କିମାରୁଛି । ନାବାଳିକା ଜଣଙ୍କ କାହିଁକି ଅନ୍ୟଜଣଙ୍କ ଘରେ ରହୁଥିଲା ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଶିଶୁଟି ସଂପର୍କରେ ଅଧିକ ତଥ୍ୟ ପାଇଁ ଟାଉନ୍ ପୋଲିସର ଶିଶୁ ଓ ମହିଳା ଡେସ୍କ ପକ୍ଷରୁ ଯାଂଚ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking