30.1 C
Bhubaneswar
Wednesday, April 24, 2024
Homeଓଡିଶାସଂକ୍ରମଣ ଭୟରେ ସହାୟତା ଦେଲେନି ସାହି ପଡିଶା

ସଂକ୍ରମଣ ଭୟରେ ସହାୟତା ଦେଲେନି ସାହି ପଡିଶା

ଢେଙ୍କାନାଳ : ଜିଲ୍ଲାରେ ମହାମାରି କରୋନା ହଜାଇ ଦେଇଛି ମାନବିକତା । ଆଉ କୋଭିଡ୍ ସଂକ୍ରମଣ ଜନିତ ମୃତ୍ୟୁ ଜାଣିଲେ ସାହି ପଡିଶା ପାଖ ପଶିବା ତ ଦୁରେ ଥାଉ ଛୁଇଁ ବି ନାହାଁନ୍ତି ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହର ନିକଟସ୍ଥ ବୋରାପଦା ଗ୍ରାମରେ । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ନିକଟସ୍ଥ ବୋରାପଦା ଗ୍ରାମର ଗୈାରାଙ୍ଗ ମଲ୍ଲିକ ନାମକ ପୁର୍ତ ବିଭାଗର କର୍ମଚାରୀ କୋଭିଡ୍ ସଂକ୍ରମଣ ରେ କୋଭିଡ୍ ହସ୍ପିଟାଲ୍‌ରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ତାଙ୍କର ଅକ୍ସିଜେନ ଲେବଲ୍ କମ୍ ହେବାରୁ ଘରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ତାଙ୍କର କୈାଣସି ସନ୍ତାନ ସନ୍ତତି ନଥିବାରୁ ସାହି ପଡିଶା କୋଭିଡ୍ ସଂକ୍ରମଣ ଭୟରେ ପାଖ ମାଡିନଥିଲେ । ଫଳରେ ତାଙ୍କ ଏହି ସମୟରେ ଅସହାୟ ହୋଇପଡିଥିଲେ । ଏପରି ଦିର୍ଘ ୧୦ ଘଂଟା ଶବ ପଡିରହିବା ପରେ ଖବର ପାଇ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱଛୋସେବୀ ଅନୁଷ୍ଠାନ ବଜରଙ୍ଗୀ ସଦସ୍ୟ ମାନେ ପହଂଚିଥିଲେ । ପରେ ତାଙ୍କ ମୃତଦେହ ସହରର ମହିଷାପାଟ ସ୍ଥିତ ଶ୍ମଶାନକୁ ନେଇ ହିନ୍ଦୁ ପରମ୍ପରା ମୁତାବକ ଦାହ କରିଥିବା ଜଣାପଡିଛି । ଏପରିକି କେହି ସଂପର୍କିୟ ନଆସିବାରୁ ତାଙ୍କ ପତ୍ନି ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking