34.1 C
Bhubaneswar
Friday, March 29, 2024
Homeଓଡିଶାଗ୍ରାମ୍ୟ ଜଙ୍ଗଲ ଜବର ଦଖଲକୁ ନେଇ ଉତେଜନା, “ବୋମା ମାଡ ଜଣେ ଆହତ”

ଗ୍ରାମ୍ୟ ଜଙ୍ଗଲ ଜବର ଦଖଲକୁ ନେଇ ଉତେଜନା, “ବୋମା ମାଡ ଜଣେ ଆହତ”

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ ଶ୍ରୀ ଜଗନ୍ନାଥ ଆଗ୍ରୋକେଟ ନାମକ ଏକ କୁକୁଡା ଫାର୍ମ ମାଲିକଙ୍କ ପକ୍ଷରୁ ଜଙ୍ଗଲ ଜମି ଜବର ଦଖଲକୁ ନେଇ ବ୍ୟାପକ ଉତେଜନା ପ୍ରକାଶ ପାଇଥିଲା । ଏପରିକି କଟକ ନଖରା ଅଚଂଳର କିଛି ଯୁବକଙ୍କୁ ନେଇ ଏହି କୁକୁଡା ଫାର୍ମ ମାଲିକ ଦୁଇଟି ଗାଡି ଯୋଗେ ଯାଇ କୋକେଇଦା ଗ୍ରାମରେ ବୋମା ମାଡ କରି ଆତଙ୍କ ସୃଷ୍ଟି କରିଛନ୍ତି। ଏହି ବୋମା ମାଡରେ ଗ୍ରାମବାସୀ ଆହତ ହୋଇଥିବା ବେଳେ ଏକ କାର ସହ ଦୁଇ ଜଣଙ୍କୁ ଗ୍ରାମବାସୀ କାବୁ କରିଛନ୍ତି । ଯାହାକୁ ନେଇ କୋକେଇଦା ଗ୍ରାମରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୁଚନା ମୁତାବକ, ଏହି କୋକେଇଦା ଗ୍ରାମରେ କଟକ ନଖରା ଅଚଂଳର ଜଣେ ବ୍ୟକ୍ତି ଶ୍ରୀ ଜଗନ୍ନାଥ ଆଗ୍ରୋଭେଟ୍ ନାମକ ଏକ କୁକୁଡା ଫାର୍ମ କରିଥିବା ଜଣାପଡିଛି ।

ତେବେ ଏହି କୁକୁଡା ଫାର୍ମ ମାଲିକଙ୍କ ତରଫରୁ କୋକେଇଦା ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ବନୀକରଣ କରି ସଂରକ୍ଷିତ ରଖିଥିବା ଜଙ୍ଗଲ କିସମ ସରକାରୀ ଜମିକୁ ଜବର ଦଖଲ କରି ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀ ବିରୋଧ କରି ଆସୁଥିଲେ । ଏହାକୁ ନେଇ ଫାର୍ମ ମାଲିକ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ବିବାଦ ଲାଗି ରହୁଥିଲା । ଏପରିକି ଏହି ଜଙ୍ଗଲ ଜମିକୁ ଜବର ଦଖଲ କରିବା ଉଦ୍ୟମ କରି ଗ୍ରାମବାସୀଙ୍କୁ ବିଭିନ୍ନ ସମୟରେ ଏହି କୁକୁଡା ଫାର୍ମ ମାଲିକ ଧମକ ଚମକ ଦେଇ ଆସୁଥିଲେ । ଏପରିସ୍ଥଳେ ଆଜି ଏହି କୁକୁଡା ଫାର୍ମ ମାଲିକ ନାନା ମାରଣାସ୍ତ୍ର ଓ ବୋମା ସହ ଏକ ସ୍କର୍ପିଓ ଓ ଗୋଟିଏ କାର ଯୋଗେ କଟକ ଅଚଂଳର କେଇଜଣ ଅସାମାଜିକ ଯୁବକଙ୍କୁ ନେଇ ଗ୍ରାମବାସୀଙ୍କ ଉପରକୁ ବୋମା ମାଡ କରି ଆତଙ୍କ ସୃଷ୍ଟି କରିଛନ୍ତି । ଏହି ବୋମା ମାଡରେ ଅଜୟ ଦେହୁରୀ ନାମକ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି । ଫଳରେ ଗ୍ରାମବାସୀ ମାନେ ଏହି ଆକ୍ରମଣକାରୀ ଯୁବକ ମାନଙ୍କ ସହ ସାମ୍ନା ସାମ୍ନୀ ହୋଇଥିଲେ ।

ଯାହାକୁ ନେଇ ଉକ୍ତ ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଆକ୍ରମଣ କାରି ମାନଙ୍କ ମଧ୍ୟରୁ ୪ ଜଣ ସ୍କର୍ପିଓ ଗାଡିରେ ଖସି ପଳାଇଥିବା ବେଳେ ଆଉ ଦୁଇ ଜଣଙ୍କୁ ଗ୍ରାମବାସୀ କାବୁ କରିଛନ୍ତି । ଖବର ପାଇ ଗଁଦିଆ ଥାନା ଅଧିକାରୀ ସେଠାରେ ପହଂଚି ଉକ୍ତ କାର ଟିକୁ ଜବତ କରିବା ସହିତ ଦୁଇ ଜଣଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରିଛନ୍ତି । ଏହି ଘଟଣା ସଂପର୍କରେ ପୋଲିସ ତଦନ୍ତ ଜାରି ରଖିଛି । ବୋମା ମାଡ କରିଥିବା ଯୁବକ ମାନେ କଟକ ଅଚଂଳର ବୋଲି ଜଣାପଡିଛି । ଏହାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଏପରିକି ଆକ୍ରମଣ ଓ ଆତଙ୍କ ସୃଷ୍ଟି କରୁଥିବା କୁକୁଡା ଫାର୍ମ ମାଲିକ ଓ ସଂପୃକ୍ତ ଯୁବକ ମାନଙ୍କୁ ତୁରନ୍ତ ଗିରଫ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking