34.1 C
Bhubaneswar
Friday, March 29, 2024
Homeଓଡିଶା୨୫୧ କରୋନା ସଂକ୍ରମିତ ଚିହ୍ନଟ, ୨୩୬ ସୁସ୍ଥ, ଜଣଙ୍କର ମୃତ୍ୟୁ

୨୫୧ କରୋନା ସଂକ୍ରମିତ ଚିହ୍ନଟ, ୨୩୬ ସୁସ୍ଥ, ଜଣଙ୍କର ମୃତ୍ୟୁ

ଢେଙ୍କାନାଳ : ଜିଲ୍ଲାରେ ଗତକାଲି ୨୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଘରୋଇ ସଂଗରୋଧରୁ ୨୩୦ ଜଣ ଓ ଚିକିତ୍ସାଳୟରୁ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କରୋନା ସଂକ୍ରମିତଙ୍କ ମଧ୍ୟରୁ ପର୍ଜଙ୍ଗ ବ୍ଲକରେ ସର୍ବାଧିକ ୪୬ ଜଣ ଚିହ୍ନଟଙ୍କ ମଧ୍ୟରୁ ସିଙ୍ଘଡା ୩୫ ଜଣ, ପର୍ଜଙ୍ଗ ୪ ଜଣ, ବାସୋଇ ୨ ଜଣ ଓ ଲୋଧନି, କୁଆଳ, ବଡଝରା, ବାସୁଳେଇ, ନରପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୈାରାଚଂଳରୁ ୩୧ ଜଣ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗୁଡିଆନାଳିରୁ ୪ ଜଣ, ଦେଉଳ ସାହି, ବାଜିଚୈାକ ଓ ସିମିଳିଆରୁ ୩ ଜଣ ଲେଖାଏଁ, କୁଞ୍ଜକାନ୍ତ, ହାଟରୋଡ, ଜୁବୁଲି ଟାଉନ୍‌, ଗଣେଶ ବଜାରରୁ ୨ ଜଣ, ଆନନ୍ଦ ନଗର, ଡିଏଚ୍‌ଏଚ୍‌, ଲକ୍ଷ୍ମୀବଜାର, ରାମେଶ୍ୱରପୁର, ପୋଲିସ ଲାଇନ, କାଠଗଡା, ଭାଗିରଥି ବିହାର, ଦୁର୍ଗାବଜାର, ଦକ୍ଷୀଣକାଳି, ଷ୍ଟେସନ ମଜାର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଲକ୍‌ରୁ ୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବାରଦା, ମହୁଲପଡାରୁ ୪ ଜଣ, ସପ୍ତଶର୍ଯ୍ୟା ୩ ଜଣ, ସୋଗରପଶି, ବାରୁଆଁ, ତାଳବରକୋଟ, ଦେଓପଡା, ଗେଙ୍ଗୁଟିଆ, ପୋଡାଖୁନିଆ, ବଡଗିଲାରୁ ୨ ଜଣ ଓ ମଙ୍ଗଳପୁର, ଅସନପାଟିଆ, ବେବର୍ତକାଟେଣି, ସଂସେଇଲ, ପାରିଖେଦା, ଜହ୍ନିତଇଲା, ବୋରାପଦା, ରାଇପୁର, ବେଲଟିକିରି, ନଡିଆଳି, ତରଭା ଓ ଗୋବିନ୍ଦପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଗଁଦିଆ ବ୍ଲକ୍‌ରୁ ୩୬ ଜଣ, ଓଡାପଡା ବ୍ଲକ୍‌ରୁ ୨୮ ଜଣ, କାମାକ୍ଷାନଗର ବ୍ଲକ୍‌ରୁ ୨୨ ଜଣ, ଭୁବନ ବ୍ଲକ୍‌ରୁ ୧୮ ଜଣ , ହିନ୍ଦୋଳ ବ୍ଲକର୍‌ୁ ୧୦ ଜଣ ଚିହ୍ନଟ ହେଇଛନ୍ତି ।

ଜିଲ୍ଲାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଥିବା ବେଳେ ପେଡିଆପଡା ଗ୍ରମରୁ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୯୧୯୭ ଜଣ ସଂକ୍ରମିତ ହୋଇଥିବା ବେଳେ ୭୩୧୮ ଜଣ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୧୮୪୫ ଜଣ କରୋନା ସଂକ୍ରମିତ ହୋଇ କୋଭିଡ୍ କେୟାର ସେଂଟରରେ ଚିକିତ୍ସିତ ହେଉଛନ୍ତି । ଆଜିର ମୃତ୍ୟୁକୁ ନେଇ ଜିଲ୍ଲାରେ ୩୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking