34.1 C
Bhubaneswar
Friday, March 29, 2024
Homeଓଡିଶାକାଳବୈଶାଖୀ ପ୍ରଭାବରେ ଢେଙ୍କାନାଳ ବେହାଲ

କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଥିଲା । ଆଜି ଅପରାହ୍ନରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିବା ସାଙ୍ଗକୁ ଝଡତୋଫାନ ହୋଇଥିଲା । ଏହା ସହ ମଧ୍ୟ ବଜ୍ରପାତ ମଧ୍ୟ ହୋଇଥିଲା । ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଏହି କାଳବୈଶାଖୀରେ ସୋରିଷିଆ ପଦା ଗ୍ରାମରେ ଘରର ଛପର ଉଡାଇ ନେଇଥିବା ବେଳେ ରାସ୍ତାର ବିଭିନ୍ନ ଜାଗାରେ ଗଛ ଭାଙ୍ଗି ପଡିଥିଲା ।

ଆଜି ଅପରାହ୍ନ ପ୍ରାୟ ୧୨ ଟା ସମୟରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଅତ୍ୟଧିକ ଧୁଳିପବନ ଯୋଗୁଁ ରାସ୍ତାରେ ଯାତାୟତ ମଧ୍ୟ ସମ୍ଭବ ହୋଇନଥିଲା । ହଏହା ସହ ଜୋରରରେ ପବନ ବୋହିବା ଯୋଗୁଁ ଢେଙ୍କାନାଳରୁ ଗଁଦିଆ ଅଚଂଳ କପିଳାସ ରାସ୍ତାରେ ଗଛ ଡାଳ ଭାଙ୍ଗି ଯିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏହା ସହିତ ଜିଲ୍ଲାର ଅନେକ ସ୍ଥାନରେ ଘରର ଛପର ଉଡାଇ ନେଇଥିବା ଜଣାପଡିଛି । ଅତ୍ୟଧିକ ଧୂଳିପବନ ଯୋଗୁଁ ଗୃହପାଳିତ ପଶୁମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛି। ଗଁଦିଆ ବ୍ଲକ୍ ଅନ୍ତର୍ଗତ ଅରାଚୁଆ ଗ୍ରାମରେ ନିରୋଦ ସାହୁଙ୍କ ଗୁହାଳଟିର ଛପର ପବନରେ ଉଡାଇନେଇଥିବା ଜଣାପଡିଛି । ଜିଲ୍ଲାର ଅନେକ ସ୍ଥାନର ରାସ୍ତା କଡରେ ପାଲ ଟାଙ୍ଗି ଦେଇଥିବା ଦୋକାନ ଗୁଡିକର ପାଲ ଉଡାଇ ନେବା ଯୋଗୁଁ ଦୋକନାର ସାମଗ୍ରୀ ସବୁ ଉଡାଇ ନେଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking