27.1 C
Bhubaneswar
Thursday, April 25, 2024
Homeଓଡିଶାକରେନା ସଂକ୍ରମଣ ବୃଦ୍ଧି ! ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା

କରେନା ସଂକ୍ରମଣ ବୃଦ୍ଧି ! ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା

ଢେଙ୍କାନାଳ : ରଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ସଟ୍‌ଡାଉନ୍‌, ଲକ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ସତ୍ୱେ ମଧ୍ୟ ଜିଲ୍ଲା ଗୁଡିକରେ ସଂକ୍ରମଣ ଥମିବାର ନାଁ ଧରୁନାହିଁ । ପ୍ରତି ଦିନ ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣ ତାଳ ଦେଇ ଜିଲ୍ଲାରେ କରୋନା ମୃତ୍ୟୁ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । କରୋନା ବୃଦ୍ଧିକୁ କେନ୍ଦ୍ର କରି ଜିଲ୍ଲାରେ କେତେକ ସ୍ଥାନକୁ ମାଇକ୍ରୋ କଟେଂନ୍‌ମେଂଟ୍ ଜୋନ୍ ଘେଷଣା କରାଯାଇଛି । ତେବେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଯାଇ ଜିଲ୍ଲା ପ୍ରଶାସନ ତରଫରୁ ଘାଗରାମୁଣ୍ଡା ଗ୍ରାମ ପଂଚାୟତର ଖଣ୍ଡା ଗ୍ରାମ, ଗଁଦିଆ ବ୍ଲକ୍‌ର କାବରା ପଂଚାୟତର ଦଧିସଂଗା ଗ୍ରାମ ଓ ଭୁବନ ବ୍ଲକ୍‌ର ଧଳପଡା ରାସ୍ତା ନିକଟରେ ଥିବା ବାଲାଜି କ୍ୟାମ୍ପକୁ ୧୩ ତାରିଖ ଯାଏ ମାଇକ୍ରୋ କଟେଂନ୍‌ମେଂଟ ଜୋନ୍ ଘୋଷଣା କରାଯାଇଛି ।

ମିଳିଥିବା ସୁଚନା ମୁତାବକ, ଜିଲ୍ଲାରେ ଆଜି ଗୋଟିଏ ଦିନରେ ୨୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେଥିମଧ୍ୟରୁ ୨୩୧ ଜଣ ହୋମ୍ କ୍ୱାରେନ୍ଟାଇନ୍ ଓ ୧୩ ଜଣ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ଗଁଦିଆ ବ୍ଲକ୍‌ରୁ ସର୍ବାଧିକ ୬୦ ଜଣ ଓ କଙ୍କଡାହାଡ ବ୍ଲକ୍‌ରୁ ୫୩ ଜଣ, ଭୁବନ ବ୍ଲକ୍‌ରୁ ୪୨ ଜଣ, ଢେଙ୍କାନାଳ ପୈାରପାଳିକାରୁ ୨୨ ଜଣ, କାମାକ୍ଷାନଗରରୁ ୧୯ ଜଣ, ସଦର ବ୍ଲକ୍‌ରୁ ୧୯ ଜଣ, ହିନ୍ଦୋଳ ବ୍ଲକ୍‌ରୁ ୧୩ ଜଣ, ଓଡାପଡା ବ୍ଲକ୍‌ରୁ ୮ ଜଣ, ପର୍ଜଙ୍ଗ ବ୍ଲକ୍‌ରୁ ୩ ଜଣ ଚିହ୍ନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking