43 C
Bhubaneswar
Tuesday, April 16, 2024
Homeଓଡିଶାବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ବିଦ୍ୟୁତ୍ ତାର

ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ବିଦ୍ୟୁତ୍ ତାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଖମାର ନିକଟସ୍ଥ ଅମ୍ବ ବଗିଚା ସମ୍ମୁଖରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର ଓହଳିଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍ ତାରଟି ବହୁତ ଦିନ ହେଲା ଓହଳି ଥିବା ନେଇ ସ୍ଥାନୀୟ ବିଦ୍ୟୁତ୍ କର୍ମଚାରୀଙ୍କୁ ବାରମ୍ବାର କହୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଜଣାପଡିଛି । ମାତ୍ର କିଛି ଦିନ ତଳେ ଏହି ବିଦ୍ୟୁତ୍ ତାର ଲାଗି ଗୋଟିଏ ନଡା ବେଝେଇ ଟ୍ରାକ୍ଟର ଏହି ତାର ସଂସ୍ପ୍ରର୍ଶରେ ଆସି ଅଗ୍ନିକାଣ୍ଡ ଘଟିଥିଲା । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ନିଜର ନିତି ଦିନ କାମ କରିବାକୁ ଯାଇଥାନ୍ତି । ଏହି ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ସର୍ବେଶ୍ୱର ମହାଳିକ ବାରମ୍ବାର ଲାଇନ୍‌ମ୍ୟାନ ତଥା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଜଣାଇଛନ୍ତି । ମାତ୍ର ଲାଇନ୍ ମ୍ୟାନ୍ ଖାଲି ପ୍ରତିଶୃତି ଦେଉଥିବା ଜଣାପଡିଛି । ବିଦ୍ୟୁତ୍ ତାର ତଳେ ଗୋଟିଏ ଗ୍ରୋସରି ଦୋକାନ ରହିଥିବାରୁ ବିପଦର ସହ ସେଠାରେ ଲୋକମାନେ ଜିନିଷ ପତ୍ର କିଣାକିଣି କରିଥାନ୍ତି । ତେବେ କେବେ ଯେ ଏହି ତାରଟି ଛିଣ୍ଡି କେତେ ଲୋକଙ୍କ ଜୀବନ ନେବ ସେନେଇ ସ୍ଥାନୀୟ ଲୋକ ଚିନ୍ତାରେ ପଡିଛନ୍ତି । ତେବେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେବା ସହିତ ଉକ୍ତ ବିଦ୍ୟୁତ୍ ତାର ଟିର ମରାମତି କରାଇବା ନେଇ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking