30.1 C
Bhubaneswar
Thursday, April 25, 2024
Homeଓଡିଶାକେବେ ପହଞ୍ଚିବ ସରକାରୀ ଯୋଜନା

କେବେ ପହଞ୍ଚିବ ସରକାରୀ ଯୋଜନା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଏମିତିବି ଗ୍ରାମ ରହିଛି ଯେଉଁଠି କି ସରକାରୀ ଯୋଜାନା ଗୁଡିକ ସାତ ସପନ ପାଲଟୁଛି । ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ଗ୍ରାମରେ ପଡିପାରୁନି ବିକାଶର ପାଦ । ଆଜି ବି ଗାଁକୁ ନାହଁ ରାସ୍ତାଘାଟ, ପିଇବା ପାଣି ଓ ମୈାଳିକ ଅଧିକାରରୁ ବଚିଂତ ହେଉଛନ୍ତି ଗ୍ରାମବାସୀ । ମିଳିଥବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ର ଶେଖର ପଚାଂୟତର ଫୁଲଝର ଓ ଭରତିଆପାଳ ଗ୍ରାମରେ ବାସ କରନ୍ତି ୫୬ ପରିବାରର ଜୁଆଙ୍ଗ ଓ ଶବର ଜନଜାତିର ଲୋକ । ଗାଁ ଚାରିପଟେ ଘଂଚ ଜଙ୍ଗଲ ରହିଛି । ଅନେକ ଅସୁବିଧା ନେଇ ଜୀବନ ବିତାଇ ଆସୁଛନ୍ତି ଗାଁ ଲୋକମାନେ ।

ଆଖପାଖ ଗ୍ରାମରେ ମୁଲ ମଜୁରୀ କରି ନିଜର ପେଟ ପୋଷିଥାନ୍ତି । ବର୍ଷର ଅଧା ଦିନ କାମ ମିଳୁ ନଥିବାରୁ ସେମାନ ବହୁ କଷ୍ଟରେ ଜୀବନ ବିତାଇବା ସହିତ ଅନେକ ଦିନ ଉପାସରେ ଦିନ କାଟିଥାନ୍ତି । ସେହି ଗ୍ରାମକୁ ରାସ୍ତାଘାଟ ନଥିବାରୁ ଯାତାୟତ ପାଇଁ ଲୋକ ମାନେ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି । ପାହାଡ, ପର୍ବତ ଘେରା ଅଣ ଓସାରିଆ ଖାଲଖମା ରାସ୍ତାରେ ସ୍ୱାସ୍ଥ୍ୟ ସେବା ପାଇଁ ଚାଲି ଚାଲି ଯିବାକୁ ପଡିଥାଏ । ବର୍ଷା ଦିନେ ଚଳିବା ବହୁତ କଷ୍ଟସାଧ୍ୟ ହୋଇପଡିଥାଏ ।

ସେହି ଗ୍ରାମରେ ବହୁ ସମୟରେ ମ୍ୟାଲେରିଆ ରୋଗର ପ୍ରାଦୃଭାବ ଦେଖିବାକୁ ମିଳିଥାଏ । ତେବେ ଆଜକୁ ବହୁ ବର୍ଷ ପୁର୍ବେ ସରକାରଙ୍କ ତରଫରୁ ମିଳିଥିବା କୁଅଟି ବର୍ଷସାରା ପାଣି ଯୋଗାଇ ପାରୁନଥିବାରୁୁ ଲୋକମାନେ ଖରାଦିନରେ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ଅନେକ ବର୍ଷ ପରେ ବିଦ୍ୟୁତ ସଂଯୋଗ କରାଯାଇଥିଲେ ମଧ୍ୟ ଜଙ୍ଗଲ ମଧ୍ୟ ଦେଇ ବିଦ୍ୟୁତ୍ ତାର ଯାଇଥିବାରୁ ଅନେକ ସମୟରେ ବିଦ୍ୟୁତ୍ କାଟ ସମସ୍ୟା ଦେଖାଯାଉଛି । ତେବେ ସେହି ଗ୍ରାମର ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ଆବାସ ଯୋଜାନରୁ ବଚିଂତ ହୋଇଛନ୍ତି । ଗ୍ରାମ ଚାରିପାଖ ପାହାଡ ପର୍ବତ ଓ ଜଙ୍ଗଲ ରହୁଥିବାରୁ ସେଠାରେ ଅନେକ ସମୟରେ ବଣୁଆ ହାତୀଙ୍କୁ ଉପବ୍ରବ ଦେଖାଦେଇଥିାଏ । ତେବେ ପ୍ରଶାସନର ଦୃଷ୍ଟି ଗ୍ରାମ ଉପରେ ପଡିନଥିବାରୁ ଗ୍ରାମ ଦୁଇଟିରେ ବିକାଶ ହୋଇପାରୁନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking