34.1 C
Bhubaneswar
Thursday, April 25, 2024
Homeଓଡିଶାଗଁଦିଆରେ ଯାଞ୍ଚ କଡାକଡି

ଗଁଦିଆରେ ଯାଞ୍ଚ କଡାକଡି

ଢେଙ୍କାନାଳ : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଯାଇ ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ କଡାକଡି ଭାବେ ଯାଂଚ କାର୍ଯ୍ୟ ଚାଲୁଛି । ତେବେ ଏହି ଲକ୍‌ଡାଉନ ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକରେ ଯାଂଚ କାର୍ଯ୍ୟ କଡାକଡି କରାଯାଇଛି । ଗଁଦିଆ ତହସିଲଦାର ଓ ପୋଲିସ ପ୍ରଶାସନର ମିଳିତ ସହାୟତାରେ ବ୍ୟବସାୟୀଙ୍କୁ ସଚେତନ କରାଇବା ସହି କୋଭଡ୍ ଗାଇଡ୍‌ଲାଇନ ସଂପର୍କରେ ଅବଗତ କରାଇଥିଲେ । ଦେକାନି ଓ ଗ୍ରାହକ ମାନେ ସର୍ବଦା ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରକ୍ଷା କରିବା ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ବ୍ୟବସାୟିକ ପ୍ରତିଷ୍ଠାନରେ କିଭଳି କୋଭିଡ୍ ଗାଇଡ୍ଲାଇନ ପାଳନ ହେଉଛି ସେନେଇ ତନାଘନା କରାଯାଇଥିଲା । ସେହିପରି ଗଁଦିଆ ବଜାରରେ ପୋଲିସ ଅଧିକାରୀ ମାନେ ଦିନ ୧୦ ଟାରୁ ୧ଟା ଯାଏ ଯାଂଚ କରିଥିଲେ । କେତେ ଜଣ ଅମାନିଆଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା । ଏଥି ସହ ବ୍ଲକ୍‌ରେ ସାପ୍ତାହିକ ହାଟକୁ ମଧ୍ୟ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking