27.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରସ୍ଥାବିିତ ଷ୍ଟୋନ୍ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

ପ୍ରସ୍ଥାବିିତ ଷ୍ଟୋନ୍ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

ଗଁଦିଆ : ଢେଙ୍କାନାଳ ଗଁଦିଆ ତହସିଲ ଅନ୍ତର୍ଗତ ନୂଆକଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମକୁ ଲାଗି ନୁତନ ଭାବେ ସ୍ଥାପନ କରାଯାଉଥିବା ଷ୍ଟୋନ କ୍ରସରକୁ ଗ୍ରାମବାସୀ ତରଫରୁ ବିରୋଧ କରିଛନ୍ତି । ଏପରିକି ପ୍ରସ୍ଥାବିତ ଷ୍ଟୋନ କ୍ରସର ପାଇଁ ଗ୍ରାମବାସୀ ନିଜର ଜୀବନ ଓ ପ୍ରଦୁଷଣ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

ସୁଚନା ଥାଉକି, ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମ ନିକଟରେ ହେବାକୁ ଥିବା ଏକ ଷ୍ଟୋନ କ୍ରସରକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏନେଇ ଉଭୟ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଜୀବନ ଓ ଚାଷ ଜମିର ସୁରକ୍ଷା ଦାବୀ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ପ୍ରସ୍ତାବିତ ଏହି କ୍ରସର ତାଙ୍କ ଗ୍ରାମର ଅତି ନିକଟରେ ହେଉଥିବାରୁ ପ୍ରଦୁଷଣରେ ଚାଷ ଜମି ସହିତ ଲୋକମାନେ ଅଣନିଶ୍ୱାସୀ ହୋଇପଡିବେ ।

ଅପରପକ୍ଷରେ କ୍ରସର ବ୍ଲାଷ୍ଟିଂ ଯୋଗୁଁ ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଅସୁରକ୍ଷିତ ହୋଇ ପଡିବ । ଏପରିକି ପ୍ରସ୍ତାବିତ କ୍ରସର ଜାଗାର ତଳେ ଗେଲ ଇଣ୍ଡିଆର ଗ୍ୟାସ ପାଇପ ଲାଇନ ରହିଥିବାରୁ କ୍ରସର ଭାଇବ୍ରେସନ ଫାଟି ଯିବାର ସମ୍ଭାବନା ସୃଷ୍ଟି କରିଛି । ଏହା ଘଟିଲେ ଅନେକ ଲୋକଙ୍କ ଜୀବନ ସଙ୍କଟରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୁତରାଂ ଏହି କ୍ରସରକୁ ଏଠାରେ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ମାନେ ଅଡି ବସିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking