38.8 C
Bhubaneswar
Friday, April 19, 2024
Homeଓଡିଶାକାଠ ଚୋରଙ୍କୁ ଧରିଲା ବନବିଭାଗ

କାଠ ଚୋରଙ୍କୁ ଧରିଲା ବନବିଭାଗ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁର୍ବାଞ୍ଚଳ ବିରାଶାଳ ଫରେଷ୍ଟ ସେକ୍ସନ ରଞ୍ଜାଗଡ ସରଂକ୍ଷିତ ଜଙ୍ଗଲରୁ କାଠ ଚୋରି କରୁଥିବା ସମୟରେ ବନବିଭାଗ ତରଫରୁ ୫ ଜଣଙ୍କୁ ଧରିଥିବା ଜଣାପଡିଛି । କାଠଚୋରଙ୍କ ସଂପର୍କରେ ଖବର ପାଇ ଫରେଷ୍ଟର ଉଦ୍ଧବ ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଚଢାଉ କରି ମୁଲ୍ୟବାନ କାଠ ସହିତ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ମାନେ କଙ୍କଡାହାଡ ଥାନା ଅନ୍ତର୍ଗତ ଖରଖରି ଗ୍ରାମର ଛୋଟରାୟ ହେମ୍ରମ, ଲକ୍ଷ୍ମଣ ପତି, ବିଜୁ ମୁର୍ମୁ, କାଳିଚରଣ ବେଶ୍ରା ଓ ବୁଡୁ ହାଂସଦା । ଅଭିଯୁକ୍ତ ମାନେ ରଂଜାଗଡ ସଂରକ୍ଷିତ ଜଙ୍ଗଲ ଭିତରେ ଶାଳକାଠ ଚୋରି କରୁଥିବା ସମୟରେ ବନକର୍ମଚାରୀଙ୍କୁ ଦେଖି ଦୈାଡି ପଳାଉଥିଲେ । ବନ କର୍ମଚାରୀମାନେ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଥିଲେ । ଅଭିଯୁକ୍ତଙ୍କ କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking