28.1 C
Bhubaneswar
Friday, March 29, 2024
Homeଓଡିଶାବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଡ. ସ୍ଥିତିପ୍ରଙ୍ଗ୍ୟା ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଉକ୍ତ ମ୍ୟାଲେରିଆ ଦିବସଟି କରୋନା କଟକଣା ଭିତରେ ପାଳିତ କରାଯାଇଛି । ଡ. ମହାନ୍ତି ଉକ୍ତ ଦିବସରେ ଯୋଗଦେଇ ମ୍ୟାଲେରିଆର ନିରାକରଣ ଓ ନିୟନ୍ତ୍ରଣ ସଂପର୍କରେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ କିପରି ଭାବେ ମହାମାରି କରୋନ ସଂକ୍ରମଣ ରୋକିବା ନେଇ ଲୋକଙ୍କ ଭିତରେ ସଚେତନକୁ ବଜାୟ ରଖିବା । ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ନେଇ ବ୍ଲକ୍ ଅଧିକରୀଙ୍କ ପରାମର୍ଶ ମଧ୍ୟ ଦେଇଥିଲେ । କାର୍ଯ୍ୟକ୍ରମରେ ବିପିଏସ୍ ପ୍ରିୟଦର୍ଶନୀ ସାହୁ, ସୌମ୍ୟରଞ୍ଜନ ଗୁରୁ, ଆଶିଶ କୁମାର ସାହୁଙ୍କ ସମେତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଯୋଗଦେଇଥିଲେ । ସ୍ମସ୍ଥ୍ୟ କେନ୍ଦ୍ର ଅଞ୍ଚଳରୁ ମ୍ୟାଲେରିଆକୁ ସଂପୂର୍ଣ୍ଣ ମୁଳୋତ୍ପାଟନ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking