29.1 C
Bhubaneswar
Friday, April 26, 2024
Homeଓଡିଶାଆମ୍ବବାହାଳି ଗ୍ରାମରେ କୃଷି ଭିତିକ ସଚେତନା ବୈଠକ

ଆମ୍ବବାହାଳି ଗ୍ରାମରେ କୃଷି ଭିତିକ ସଚେତନା ବୈଠକ

ଢେଙ୍କାନାଳ : ଢେଙ୍କାନଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବାଇଁଶିଆ ପଂଚାୟତର ଆମ୍ବବାହାଳୀ ଗ୍ରାମରେ ସ୍ୱଦେଶୀ ଜାଗରଣ ମଂଚ ତରଫରୁ ଭିୁମିପୋଷଣ ଅଭିଯାନ ନେଇ ଏକ ବୈଠକ ମଂଚର ଓଡିଶା ପ୍ରାନ୍ତ ସଂଯୋଜକ ଶତୃଘ୍ନ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାସାୟନିକ ସାରର ବହୁଳ ଭାବରେ ବ୍ୟବହାର ଫଳରେ ଧୀରେ ଧୀରେ ମାଟିର ଉର୍ବରତା କମିବା ସହିତ ଜଳଉତ୍ସ ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ମାଟିର ସୁପୋଷଣ ପାଇଁ ରାସାୟନିକ ସାରର ବ୍ୟବହାର କରିବା । ଜମିରେ ଜୈବକ ସାର ତଥା ଜିଆଖତର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ଏହାକୁ ନେଇ ସ୍ଥାନୀୟ ଅଚଂଳରେ ଜୈବିକ ସାରର ବହୁଳ ବ୍ୟବହାର କରିବା ପାଇଁ ଚାଷୀ ଭାଇଙ୍କୁ ସଚେତନ କରାଇବା । ଉକ୍ତ ବୈଠକରେ ଢେଙ୍କାନାଳ-ଅନୁଗୁଳର ବିଭାଗୀୟ ସଂଯୋଜକ ସୁଶାନ୍ତ ସାହୁ, ଜିଲ୍ଲା ସଂଯୋଜକ ଯଦୁନନ୍ଦନ ଦାସ, ଜିଲ୍ଲା ସହ ସଂଯୋଜକ ଯୁଗଳ କିଶୋର ରାଉତ, କିଶାନ ସଂଘ ରାଜ୍ୟ ସଂଯୋଜକ ନକୁଳ ରାଉତ, ବିପନ ସିଂହ, ପୀତବାସ ରାଉତ, ପ୍ରଚାର ପ୍ରସାର ପ୍ରମୁଖ ଜିତେନ୍ଦ୍ର ପାଣି, ବ୍ଲକ ସହ ସଂଯୋଜକ ଲମ୍ବୋଦର ପରିଡା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking