ଜିଏସ୍‌ଟି ଆଇନ ସରଳିକରଣ ନେଇ ବ୍ୟବସାୟୀ ସଂଘର ବନ୍ଦ ଡାକରା

ଢେଙ୍କାନାଳ : ଜିଏସ୍‌ଟି ଆଇନ ସରଳିକରଣକୁ ନେଇ ଢେଙ୍କାନାଳ ଜିଲ୍ଲା ବ୍ୟବସାୟୀ ସଂଘ ତରଫରୁ ଚଳିତ ମାସ ୨୬ ତାରିଖରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏସଂକ୍ରାନ୍ତରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର କେନ୍ଦ୍ର ସରକାର ୨୦୧୭ ଜୁଲାଇ ୧ ତାରିଖରୁ ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବା କର ପ୍ରଚଳନ କରିଥିଲେ । ପୁର୍ବରୁ ଏହି ଟିକସ ବ୍ୟବସ୍ଥାରେ ସଂସ୍କାର ଅଣାଯାଇ ସରଳିକରଣ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆଯାଇଥିଲା । ବିଭିନ୍ନ କାରଣରୁ ଏହି ଆଇନରେ ବହୁବାର ସଂଶୋଧନ କରାଗଲାଣି ।

ତେଣୁ ଏହା ଏକ ଜନବିରୋଧୀ ଆଇନରେ ପରିଣତ ହେଲାଣି । ନୁତନ ବ୍ୟବସ୍ଥାରେ ବିଳମ୍ବରେ ଜିଏସ୍‌ଟି ଭରିଲେ ମାତ୍ରାଧିକ ଜୋରିମନା ଦେବାକୁ ପଡିିଥାଏ । ବ୍ୟବସାୟୀ ସଂଗଠନର ଦାବୀ ସତ୍ୱେ କାହିଁକି ଜିଏସଟି ରିର୍ଟନ ବ୍ୟବସ୍ଥାରେ ପରିବର୍ତନ କରାନଯିବା ସଂଗଠନ ପ୍ରତି ବୈମାତୃକ ଭାବ ବୋଲି ସଂଘ ମତ ଦେଇଛି । ଏଥିରେ ଇନ୍‌‌ପୁଟ କ୍ରେଡିଟକୁ କାଟି ଦିଆଯାଉଛି । ଇୱ ବିଲ୍‌ରେ ତୃଟି ପରିଲକ୍ଷିତ ହେଲେ ଟିକସର ବହୁଗୁଣ ଜୋରିମନା ଦେବାକୁ ପଡିଥାଏ । ଏହି ପରିପ୍ରେଖିରେ ଖାଉଟିଙ୍କ ଉପରେ ବୋଝ ହେଉଛି, ଯାହାକୁ ନେଇ ବିଭିନ୍ନ ବର୍ଗରେ ଆନ୍ଦୋଳନ ସୃଷ୍ଟି ହେଉଛି। ସେହିପରି ଅନଲାଇନ ବ୍ୟବସ୍ଥା ଉପରେ ସରକାର କୌଣସି ପରିବର୍ତନ ଆଣି ନାହାନ୍ତି । ଅନଲାଇନ ବ୍ୟବସ୍ଥାରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବ୍ୟବସାୟ କରୁଛନ୍ତି । ସେହି ପରି ଅଫଲାଇନରେ ବ୍ୟବସାୟୀ ତାଙ୍କର ରୁଣ ସୁଝିବାକୁ ସକ୍ଷମ ହେଉନାହାନ୍ତି । ମାତ୍ର କେନ୍ଦ୍ର ସରକାର ଖାଦ୍ୟ ନିରାପତା ଆଇନ କଠୋର କରାଯାଇ ବ୍ୟବସାୟୀ ମାରଣନୀତି ଅବଲମ୍ବନ କରୁଛନ୍ତି, ଯାହାକୁ ନେଇ ସଂଗଠନ ତରଫରୁ ଏହି ବନ୍ଦ ଡାକରା ଦେଇଛି ।

LEAVE A REPLY

Please enter your comment!
Please enter your name here