39.1 C
Bhubaneswar
Wednesday, April 24, 2024
Homeଓଡିଶାକାଳବୈଶାଖୀ ପ୍ରଭାବରେ ବେହାଲ ଢେଙ୍କାନାଳବାସୀ

କାଳବୈଶାଖୀ ପ୍ରଭାବରେ ବେହାଲ ଢେଙ୍କାନାଳବାସୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତ୍ରିରେ କାଳବୈଶାଖୀ ସହିତ ପ୍ରବଳ ବେଗରେ ପବନ ଏବଂ ବର୍ଷ ହୋଇଥିଲା। ଜିଲ୍ଲାର ଅନେକ ସ୍ଥାନରେ ଘଡ ଘଡି ହେବା ସହ ଝଡ ତୋଫାନରେ ଗଛ ଡାଳ ଭାଙ୍ଗି ଯାଇଥିବା ଜଣାପଡିଛି । ଗଛଡାଳ ଭାଙ୍ଗିବା ହେତୁ ବିଭିନ୍ନ ଯାଗାରେ ବିଦ୍ୟୁତ ତା’ର ଛିଣ୍ଡିବା ହେତୁ ଜିଲ୍ଲାର ଅନେକ ଜାଗାରେ ଲାଇନ ମଧ୍ୟ ବିଛିନ୍ନ ହୋଇଛି । ଏହି କାଳ ବୈଶାଖୀରେ ଚାଷୀକୁଳ ଅମଳ କରିବାକୁ ଥିବା ରବି ଫସଲରେ ମଧ୍ୟ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ, ଗତିକାଲି ବିଳମ୍ବିତ ରାତ୍ରିରେ ହଠାତ୍ ପ୍ରବଳ ବେଗରେ ପବନ ବୋହିବା ସହ ଘଡଘଡି ବର୍ଷା ହୋଇଥିଲା । ଜିଲ୍ଲାର ପ୍ରତ୍ୟେକ ଅଂଚଳରେ ଘଡଘଡି ବର୍ଷା ହେବା ସହିତ ଗଛଡାଳ ଭାଙ୍ଗି ଯାଇଥିଲା । ଫଳରେ ବିଭିନ୍ନ ଜାଗାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ଲାଇନ ମଧ୍ୟ ନଥିଲା । ପ୍ରବଳ ବର୍ଷା ଯୋଗୁ ସହର ଉପଖଣ୍ଡରେ ରାସ୍ଥାଘାଟ ଶୁନସାନ ହୋଇଯାଇଥିଲା । ପ୍ରାୟ ଏକ ଘଂଟା ଯାଏ ଜିଲ୍ଳାରେ ଏହି ତାଣ୍ଡବ ହୋଇଥିଲା । ସେହିପରି ଢେଙ୍କାନାଳ ଜିଲ୍ଲାର ଗଁଦିଆ, ସଦର, କଙ୍କଡାହାଡ, କାମାକ୍ଷାନଗର, ଭୁବନ ଆଦି ଅଚଂଳରେ ମଧ୍ୟ ଏହି ତାଣ୍ଡବ ଦେଖିବାକୁ ମିଳିଥିଲା । ଏହି କାଳବୈଶାଖୀ ବର୍ଷାରେ ଚାଷିଭାଇମାନେ ରବି ଫସଲ ଅମଳ କରିପାରି ନଥିବାରୁ ଏହା ପ୍ରଭାବରେ ନଷ୍ଟ ହୋଇଯାଇଛି । ଜିଲ୍ଲାରେ ଏହି କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ସବିଶେଷ ବିବରଣୀ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking