40.1 C
Bhubaneswar
Thursday, April 25, 2024
Homeଓଡିଶାବିଦ୍ୟୁତ୍ ଉପଭୋକ୍ତା ସୁରକ୍ଷା ମଂଚର ଚେତାବନୀ : ଲାଇନ କାଟିଲେ ପରିସ୍ଥିତି ଭୟାବହ ହେବ

ବିଦ୍ୟୁତ୍ ଉପଭୋକ୍ତା ସୁରକ୍ଷା ମଂଚର ଚେତାବନୀ : ଲାଇନ କାଟିଲେ ପରିସ୍ଥିତି ଭୟାବହ ହେବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ଉପଭୋକ୍ତା ସୁରକ୍ଷା ମଂଚର କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ଗଣେଶ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ବକେୟା ବିଦ୍ୟୁତ ବିଲ୍ ଆଦାୟକୁ ନେଇ ସେସୁର ଦିଆଯାଇଥିବା ଧମକ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାରେ ବିଦ୍ୟୁତ ଉପଭୋକ୍ତା ସୁରକ୍ଷା ମଂଚର କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ବରିଷ୍ଠ ଆଇନଜୀବୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ସେସୁ ପକ୍ଷରୁ ଜନବିରୋଧୀ ଭଳି ଦିଆ ଯାଇଥିବା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭଳି ମନ୍ତବ୍ୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରାଯିବ ବୋଲି ନିଷ୍ପତି ହୋଇଥିଲା ।
ବୈଠକରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ମିଳିତ ବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ସମ୍ପାଦକ ପୀତବାସ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ସଂଜୟ ମିଶ୍ର, ସମ୍ପାଦକ ଟଙ୍କଧର ବେହେରା, ସମାଜସେବୀ ରାମଚନ୍ଦ୍ର ପାତ୍ର, ଆଇନଜୀବୀ ପତିତପାବନ ମିଶ୍ର, ସମରେନ୍ଦ୍ର ନନ୍ଦ, ବିକ୍ରମ କେଶରୀ ପାଣି, ରବିନାରାୟଣ ମହାନ୍ତି, ନିର୍ମଳ ମିଶ୍ର, ପ୍ରେମଶଙ୍କର ମିଶ୍ର, ଅଖିଳ ମହାପାତ୍ର, ଜଗତ ଉଦ୍ଧାର ମଂଚ ସଭାପତି ନବ କିଶୋର ଗୁରୁ, ଅଜୟ କୁମାର ଭଞ୍ଜ ଓ ଦିଲ୍ଲୀପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମୟ ହୋଇଥିବାରୁ ଏବଂ ଅନ୍ଧାରିଆ ଭାବେ ତ୍ରୁଟିପୂର୍ଣ୍ଣ ବିଲ ଜନସାଧାରଣଙ୍କୁ ଦେଇ ଜୋର ଜବରଦସ୍ତ ବକେୟା ଅର୍ଥ ଆଦାୟ ପାଇଁ ହେଉଥିବା ଉଦ୍ୟମରୁ ସେସୁ ବିରତ ରହିବା ପାଇଁ ଚେତାବନୀ ଦେଇଥିଲେ ।
ସରକାର ଓଏସଇବି ଥିବା ବେଳେ ବିଭିନ୍ନ ସମୟରେ ବିଦ୍ୟୁତ ବିଭାଗକୁ ପ୍ରାଇଭେଟ କମ୍ପାନୀ ହାତରେ ଟେକିଦେଇ ଯେଉଁ ରାଜସ୍ୱ ହରାଇଛନ୍ତି ତାହାକୁ ତୁରନ୍ତ ସେହି କମ୍ପାନୀ ମାନଙ୍କଠାରୁ ଆଦାୟ କରିବା ଆବଶ୍ୟକ ବୋଲି ବୈଠକରେ ଦାବି କରାଯାଇଥିଲା । ପର୍ଯ୍ୟାୟ କ୍ରମେ ଗ୍ରୀଡକୋ ଏବଂ ଗ୍ରୀଡକୋ ଠାରୁ ଏଇଏଇସ ପରବର୍ତୀ ପର୍ଯ୍ୟାୟରେ ସେସୁକୁ ହସ୍ତାନ୍ତର କରିଥିଲେ । ସେସୁ ନିଜେ କ୍ଷତିରେ ଚାଲୁଥିବା ବେଳେ ଏନଜେନ ଭଳି ଏକ ଠିକା ସଂସ୍ଥାକୁ ଆଣି ଲାଭ କରିବା ବାହାନାରେ ଲୋକଙ୍କ ଉପରେ ଲଦି ଦେଇଥିଲେ । ଆସନ୍ତା ୨୨ ତାରିଖ ଦିନ ଜିଲ୍ଲାପାଳ, ସେସୁ କର୍ମକର୍ତା, ଏନଜେନ କର୍ମକର୍ତର୍ା ଏବଂ ବିଦ୍ୟୁତ ଉପଭୋକ୍ତା ସୁରକ୍ଷା ମଂଚର କର୍ମକର୍ତାମାନଙ୍କୁ ନେଇ ଏକ ମିଳିତ ବୈଠକ କରିବା ନିମନ୍ତେ ପ୍ରଶାସନକୁ ଅନୁରୋଧ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ମିଳିତ ବୈଠକର ନିର୍ଯ୍ୟାସ ବାହାରି ନାହିଁ ସେ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ ସେସୁକୁ ଚରମ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଏହାର ବ୍ୟତିକ୍ରମ ହେଲେ ଜିଲ୍ଲାରେ ଯେଉଁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସେସୁ କର୍ତୃପକ୍ଷ ଦାୟୀ ରହିବେ ବୋଲି କମିଟି ପକ୍ଷରୁ ସତର୍କ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking