ଟ୍ରେଂଚ୍ ନିର୍ମାଣରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ବିରୋଧ

ଢେଙ୍କାନାଳ: ଢେଙ୍କାନଳ ଜିଲ୍ଲା ବନଖଣ୍ଡ ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ଖଙ୍କିରା ଗ୍ରାମର ବ୍ରାହ୍ମଣ ତଏଳା ନିକଟରେ ବନବିଭାଗ ତରଫରୁ ନିର୍ମାଣ କରାଯାଉଛି । ମାତ୍ର ଏହି ଟ୍ରେଂଚ୍ ନିର୍ମାଣରେ ଅନିୟମତିତା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।
ମିଳିଥିବା ସୁଚନା ମୁତାବକ, ଖଙ୍କିରା ଗ୍ରାମର ବ୍ରାହ୍ମଣ ତଏଳା ନିକଟରେ ଗ୍ରାମରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରହିଛି । ଫଳରେ ଚାଷୀମାନେ ରାତି ଅଦିଦ୍ରା ହୋଇ ହାତୀଙ୍କ ଦାଉରୁ ଫସଲକୁ ସୁରକ୍ଷା ନିମନ୍ତେ ଜଗିରହୁଛନ୍ତି । କିନ୍ତୁ ବର୍ତମାନ ରାଜ୍ୟ ସରକାରଙ୍କ ତରଫରୁ ହାତୀ ସୁରକ୍ଷାକୁ ଆଖି ଆଗରେ ରଖି ଜଙ୍ଗଲ ଗୁଡିକରେ ଟ୍ରେଂଚ ନିର୍ମାଣ କରୁଛନ୍ତି । ଗ୍ରାମବାସୀଙ୍କ କହିବା ମୁତାବକ ବର୍ଷତମାମ ଯେଉଁ ଜାଗାରେ ହାତୀ ଉପଦ୍ରବ ଚାଲିଛି ସେହି ଜାଗାରେ ଟ୍ରେଂଚ ଖୋଳା ନଯାଇ ଅନ୍ୟ ଜାଗାରେ ଖୋଳା ଯାଉଛି । ତେଣୁ ଏହି ଟ୍ରେଂଚ୍ ବାବଦରେ କୌଣସି ଜାଗା ଚିହ୍ନଟ କରାଯାଇ ନାହିଁ । ସରକାରୀ ରାଜସ୍ୱ ବିଭାଗ ଏବଂ ବନବିଭାଗ ତରଫରୁ ଚିହ୍ନଟ କରାଯାଇ କୃଷକ ମାନଙ୍କ ସୁରକ୍ଷା ପାଇଁ ଟ୍ରେଂଚ୍ ଖୋଳାଯିବା ଦାବି ହୋଇଛି । ଏ ସଂକ୍ରାନ୍ତରେ ଖଙ୍କିର ଗ୍ରାମର କେଶବ ଚନ୍ଦ୍ର ସିଂ, ଅଭିମନ୍ୟୁ ପତି, ରବି ନାରାୟଣ ଧିର ଓ ଗ୍ରାମର ପ୍ରମୁଖ ଲୋକଙ୍କ ନେଇ ଏକ ଦାବୀ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଗଁଦିଆ ତହସିଲଦାରଙ୍କୁ ପ୍ରଦାନ କରାଯଇଛି ।

LEAVE A REPLY

Please enter your comment!
Please enter your name here