ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତି ସ୍ତୁପ

dhauli santi stupa

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିଲା ବେଳେ ଏବେ ସେସବୁ ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି । ରବିବାର ଦିନ ଓଡିଶା ରାଜଧାନୀଠୁ ବାହାରେ ଥିବା ଧଉଳି ପାହାଡ ଉପରେ ଥିବା ଶାନ୍ତି ସ୍ତୁପ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି ।

ଏହାର ପରିଦର୍ଶନ ସମୟରେ ପର୍ଯ୍ୟଟକ ମାନେ ସମସ୍ତ କୋଭିଡ କଟକଣା ଅନୁସରଣ କରିବେ ବୋଲି ଅଧିକାରୀମାନେ କହିଛନ୍ତି । କରୋନା ମହାମାରୀ ହେତୁ ଗତ ମାର୍ଚ୍ଚ ମାସରୁ ଏହି ଶାନ୍ତି ସ୍ତୁପକୁ ବନ୍ଦ ରଖାଯାଇଥିଲା । ଅନ୍ୟପଟେ ସେଠାରେ ବେପାର ଆଶାରେ ବ୍ୟବସାୟୀ ମାନେ ନିଜ ନିଜ ଦୋକାନ ଖୋଲିଛନ୍ତି।

LEAVE A REPLY

Please enter your comment!
Please enter your name here