32.1 C
Bhubaneswar
Tuesday, April 23, 2024
Homeଓଡିଶା୨୩ରୁ ପ୍ରଚାର ଆରମ୍ଭ କରିବେ ଧର୍ମେନ୍ଦ୍ର

୨୩ରୁ ପ୍ରଚାର ଆରମ୍ଭ କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଏନେଇ ୨୨ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ ନେତା । ଉପନିର୍ବାଚନ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୩ରେ ତିର୍ତ୍ତୋଲ ଓ ୨୪ରେ ବାଲେଶ୍ୱରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ସଭା ଓ ରୋଡ୍ ସୋ କରିବେ ଧର୍ମେନ୍ଦ୍ର ପ୍ରଧାନ । ପର୍ଯ୍ୟାୟକ୍ରମେ ତାରକା ପ୍ରଚାରକ ମଇଦାନକୁ ଓହ୍ଲାଇବେ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଢଙ୍ଗୀ ମଧ୍ୟ ପ୍ରଚାର କରିବେ ।

ତେବେ ରାଜ୍ୟ ବିକାଶ ପ୍ରସଙ୍ଗକୁ ସବୁବେଳେ ପ୍ରାଥମିକତା ଦେଇଛନ୍ତି ଧର୍ମେନ୍ଦ୍ର । ପ୍ରଚାରରେ ରାଜ୍ୟ ବିକାଶ ପ୍ରସଙ୍ଗ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବେ । ୨ଟି ନିର୍ବାଚନ ମଣ୍ଡଳୀ ବିକାଶଠୁ ବହୁ ଦୂରରେ ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking