29.4 C
Bhubaneswar
Thursday, April 18, 2024
Homeବଲିଉଡବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଂଟ ହେଲା ସିଲ୍‌

ବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଂଟ ହେଲା ସିଲ୍‌

ମୁମ୍ବାଇ: ବଲିଉଡ ଅଭିନେତା ଧର୍ମେନ୍ଦ୍ର, ଭାଲେଟାଂଇନ୍ସ ଡେ ଉପଲକ୍ଷେ ନିଜର ଏକ ନୂଆ ରେଷ୍ଟୁରାଂଟ ଖୋଲିଥିଲେ । ଯାହାର ନାଁ ସେ ରଖିଥିଲେ ‘ହି ମ୍ୟାନ୍‌’ । ହେଲେ ଏବେ ଖବର ମିଳୁଛି ଯେ, ଏହି ରେଷ୍ଟୁରାଂଟଟି ଏବେ ସିଲ୍ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅବୈଧ ଭାବରେ ଏହାର ନିର୍ମାଣ ହୋଇଥିବାରୁ ଏହାକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଉକ୍ତ ରେସ୍ତୋରାଁ ଉପରେ ନଗର ନିଗମ ଅଧିକାରୀ କଡା ପଦକ୍ଷେପ ନେଇଥିବା ମଧ୍ୟ ସୂଚନା ରହିଛି । ନଗର ନିଗମ ଅଧିକାରୀମାନେ ସେଠାରେ ପହଂଚି ରେସ୍ତୋରାଁରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବାହାର କରିବା ସହ ଗ୍ରାହକମାନଙ୍କୁ ମଧ୍ୟ ବାହାର କରିଥିଲେ । ଆଉ ଏହାପରେ ବାହାରେ ନୋଟିସ ମଧ୍ୟ ଲଗାଇ ଦେଇଥିଲେ ନିଗମ ଅଧିକାରୀମାନେ । ତେବେ ଏ ସଂକ୍ରାନ୍ତରେ ନଗର ନିଗମ ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ କହିଛନ୍ତି ଯେ, ‘ଅବୈଧ ଭାବରେ ନିର୍ମାଣ ହେଉଥିବା କୋଠାକୁ ନେଇ ପୂର୍ବ ବର୍ଷ ଆମେ ମାଲିକମାନଙ୍କୁ ନୋଟିସ୍ ଦେଇଥିଲୁ । ହେଲେ ସେମାନଙ୍କ ପକ୍ଷରୁ କୌଣସି ଉତର ଆସିଲା ନାହିଁ । ଯେଉଁଥିପାଇଁ ଆମେ ଆଜି ଏହି ପଦକ୍ଷେପ ନେଇଛୁ’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking