29.1 C
Bhubaneswar
Wednesday, April 24, 2024
Homeରାଜନୀତିମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ

ଭୁବନେଶ୍ୱର : ଜାତିଭିତ୍ତିକ ସର୍ଭେକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ କରିଛନ୍ତି । ଶ୍ରୀ ଧର୍ମେନ୍ଦ୍ର କହିଛନ୍ତି ଗତ ୩୦ ବର୍ଷ ଧରି ରାଜ୍ୟ ସରକାର ମଣ୍ଡଳ କମିଶନ ଲାଗୁ କରିନାହାନ୍ତି କାହିଁକି? ଏନେଇ ଶ୍ରୀ ପ୍ରଧାନ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତା ପରଠାରୁ ଏ ବିଷୟରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ କହିଛନ୍ତି । ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଇନାହିଁ। ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନତାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ତାହା ଏପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ ।ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ବର୍ଗଙ୍କର ଜନଗଣନା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇପାରିବେ। ଏହାପରେ କେନ୍ଦ୍ର ସରକାର ବିଚାର କରି ବାଟ ବାହାର କରିବେ ବୋଲି ସେ କହିଥିଲେ।
https://onakhabar.com/2020/01/12/pm-narendra-modi/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking