32.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଆଧାର ଛଡେଇ ନେଲା ଆହାର

ଆଧାର ଛଡେଇ ନେଲା ଆହାର

ଧର୍ମଗଡ଼ : ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ସାମିଲ କରି ଜଣ ପିଛା ମାସକୁ 5 କେଜି ଦେବାର ବ୍ୟବସ୍ଥା କରିଛନ୍ତି l ଆଗରୁ ରାସନ କାର୍ଡ ସହିତ ଆଧାର କାର୍ଡର ସଂଯୋଗୀ କରଣ ବ୍ୟବସ୍ତା ନଥିବା ବେଳେ ଏବେ କେନ୍ଦ୍ର ସରକାର one nation one cardର ବ୍ୟବସ୍ଥା ଲାଗୁ କରିଛନ୍ତି l ଏହି ବ୍ୟବସ୍ଥା ରେ ସବୁ ରାସନ କାର୍ଡ ସହିତ ଆଧାର କାର୍ଡ ସଂଯୋଗୀକରଣ ଅନିବାର୍ଯ୍ୟ କରା ଯାଇଛି l ହେଲେ ଗରିବ ଆଦିବାସୀ ଅଞ୍ଚଳ ରେ ବସବାସ କରୁଥିବା ନିରୀହ ଲୋକ ସେତେ ସଚେତନ ନ ଥିବାରୁ ଏକ ବର୍ଷ ରୁ ଅଧିକ ହେବ ଏକ ନେରୀହ ପରିବାର ରାସନ ସାମଗ୍ରୀ ପାଇବାରୁ ବଂଚିତ ହେଉଛି l ଆଧାର କାର୍ଡରେ ନିଜର ଫୋଟୋ ଜାଗରେ ଅନ୍ୟର ଫୋଟୋ ଥିବାରୁ ରାସନ ସାମଗ୍ରୀ ମିଳୁ ନଥିବା କହିଛନ୍ତି l ଲକଡାଉନ ଯୋଗୁଁ କାମ ଧନ୍ଦା ବନ୍ଧ ଥିବାରୁ ଏହି ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି l ଏ ଭଳି ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଧନସୁଳି ଗ୍ରାମର କୋଳଣିପଡାର ରଏବାରି ଚଲାନଙ୍କ ପରିବାରରେ ବାରମ୍ବାର ପଞ୍ଚାୟତର ଅଧିକରିଙ୍କୁ ଗୁହାରି କଲେ ମଧ୍ୟ୍ୟ କର୍ଣ୍ଣପାତ କରୁନାହାନ୍ତି l ଆଧାର ଭୁଲ ଥିବା ଯୋଗୁ ତମର ରାସନ ସାମଗ୍ରୀ ମିଳିବ ନାହିଁ ବୋଲି ରୋକ ଟୋକ ମନା କରି ଦେଉଛନ୍ତି l ବ୍ଲକ କୃତପକ୍ଷ ଏହାର ତଦନ୍ତ କରି ନିରୀହ ରଏବାରି ଚାଲାନଙ୍କୁ ରାସନ ସାମଗ୍ରୀ ପାଇବାରେ ବଂଚିତ ନହୁଏ ସେତି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking