ବିଧାୟକଙ୍କ ପର୍ଲା ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ

ଧର୍ମଗଡ: ବିଧାୟକଙ୍କ ପର୍ଲା ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ତେବେ ପରିଦର୍ଶନ ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ବିଧାୟକ କ୍ଷୁବ୍ଧ ପ୍ରକାଶ କରିଥିଲେ। ପ୍ରକାଶଥାଉକି- ଏହି ସି ଏଚ ସି ରେ ୫ ଜଣ ଡାକ୍ତର ପଦବୀ ଥିବା ବଦଳରେ କେବଳ ଜଣେ ଡେପୁଟି ଆଶୁ ଡାକ୍ତର ଓ ଜଣେ ସିନିୟର ଡାକ୍ତର ଥିବା ଜଣାପଡିଛି। ତେବେ ସିନିୟର ଡାକ୍ତର ଜଣକ ଡିଉଟି ଆଦୌ କରୁ ନ ଥିବା ବେଳେ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଗର୍ଭବତୀଙ୍କ ପ୍ରସୟ ସମୟ ବେଳେ ସେବା ନ ପାଇଁ ହଇରାଣ ହରକତ ହେଉଥିବା ଲୋକେ ବିଧାୟକ ପାଖରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡାକ୍ତର ନିଯୁକ୍ତି ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।ତେବେ ବିଧାୟକ ତଥା ଶୀଘ୍ର ଡାକ୍ତର ନିଯୁକ କରାଯିବା ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here