27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଧର୍ମଚକ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ଧର୍ମଚକ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ : ଆଜି ଆଷାଢ ପୁର୍ଣ୍ଣିମା , ଧର୍ମଚକ୍ର ଦିବସରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଉଦ୍‌ବୋଧନ ଦେଇଛନ୍ତି । ଏହି ଦିନକୁ ଗୁରୁ ପୂଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ । ଏହି ଦିନ ଆମକୁ ଆମ ଗୁରୁ ମାନଙ୍କୁ ମନେ ପକାଇବା ପାଇ ଦିନ ଅଟେ ।ଏହି ଅବସରରେ ଭଗବାନ ବୁଦ୍ଧ ଓ ବୌଦ୍ଧ ଧର୍ମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ।
ବୌଦ୍ଧ ଧର୍ମ ଏପରି ଏକ ଧର୍ମ ଯାହା ସମଗ୍ର ବିଶ୍ୱକୁ ଅହିଂସା ଓ ଶାନ୍ତିର ବାର୍ତ୍ତା ଦେଇଛି । ଭଗବାନ ବୁଦ୍ଧ ଆମକୁ ସରଳତାର ପଥ ଓ ବଞ୍ଚିବାର ରାହା ଦେଖାଇଛନ୍ତି । ଏଥିସହ ଗରିବ ଓ ମହିଳାମାନଙ୍କୁ ଆଦର କରିବା ଆମେ ବୌଦ୍ଧ ଧର୍ମରୁ ଶିଖିଛେ । ଭଗବାନ ବୁଦ୍ଧଙ୍କ ଗୌରବ ଅମରବାଣୀ ଆଜି ମଧ୍ୟ ସବୁ ସ୍ଥାନରେ ଗୁରୁତ୍ୱ ବହନ କରୁଛି ।ଆଜି ବିଶ୍ୱ ବହୁତ ସମସ୍ୟା ଓ ଚ୍ୟାଲେଞ୍ଜର ସମ୍ମ୍‌ୁଖୀନ ହେଉଛି । କେବଳ ଭଗବାନ ବୁଦ୍ଧଙ୍କର ବାଣୀ ଏହି ସମସ୍ୟାର ସମାଧାନ କରିପାରିବ ।ଏଥିସହ ଭଗବାନ ବୁଦ୍ଧ ଦେଇଥିବା ଆଠଟି ଶିକ୍ଷା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking