40.1 C
Bhubaneswar
Thursday, April 25, 2024
Homeଓଡିଶାଜାତୀୟ ରାଜପଥ-୨୬ କେସିଗାଂ ରେଳଫାଟକରେ ଭୂତଳ ପୋଲ ଅଣ୍ଡର ବ୍ରିକ ନିର୍ମାଣ ଦାବୀ ରେ...

ଜାତୀୟ ରାଜପଥ-୨୬ କେସିଗାଂ ରେଳଫାଟକରେ ଭୂତଳ ପୋଲ ଅଣ୍ଡର ବ୍ରିକ ନିର୍ମାଣ ଦାବୀ ରେ ଗଣଧାରଣା

ଜାତୀୟ ରାଜପଥ-୨୬ କେସିଗାଂ ରେଳଫାଟକ ପାଶ୍ୱର୍ ରେ ଭୂତଳ ପୋଲ ନିର୍ମାଣ ଦାବୀରେ ଗଣଧାରଣା | ୨୪ ଦିନ ରେ ଜିଲାପାଳ ଙ୍କ ଘୋଷଣା ପରେ ପ୍ରତିହୃତ ହେଲା ଧାରଣା । ଦୌନିକ ରେଳ ଚଳାଚଳ ପାଇଁ ଏହି ରାସ୍ତା ୧୭ ଘନଟା ବନ୍ଦ ରହିଥାଏ । ବର୍ତମାନ ରେଲେଓ ତୃତୀୟ ରେଳ ଲାଇନ କାମ ଆରମ୍ଭ କରିଛି । ଯାହାକୁ ଲୋକେ ବିରୋଧ କରି ରାଜରାସ୍ତା କୁ ଓଲ୍ଲାଇଥିଲେ । ଦାବୀ ଯଥାର୍ଥ ଥିବାରୁ ଲୋକେ ସ୍ୱତଃଭୁତ ଭାବେ ସମର୍ଥନ ଜଣାଇ ସାମିଲ ମିଳିଥିଲା ।
ଦାବୀ କୁ ଯଥାର୍ଥ ଦର୍ଶାଇ ସମର୍ଥନ ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରେଳ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଙ୍କୁ ଏକ ପ୍ରତିନିଧି ଦଳ ଜରିଆ ରେ ସାକ୍ଷାତ କରିଥିଲେ । ସେହିପରି ରାଜ୍ୟ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାବୀ କୁ ସମର୍ଥନ ଜଣାଇ ଅନ୍ଦୋଳନକାରୀ ଦଳ ସହ ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା କରାଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଉଭୟ କୁ ଦୋଷ ଦେଉଥିବା ବେଳେ ବର୍ତମାନ ପର‌୍ୟ୍ୟନ୍ତ ଠୋସ ପଦକ୍ଷେପ ଘୋଷଣା କରି ନାହାନ୍ତି । ଅନ୍ୟପକ୍ଷରେ ଆନ୍ଦୋଳନକାରୀ ରେଳଧାରଣା ଅବରୋଧ ଘୋଷଣା ପରେ ଡିଆରଏମ ସମ୍ବଲପୁର ଛାନିଆଁ ହୋଇଥିଲେ । ଦୌନିକ ରେଳ ଯାତୟାତ ପାଇଁ ଜାତୀୟ ରାଜପଥ ୧୭ ଘନଟା ବନ୍ଦ ହେଉଥିଲେ ବି ରେଳ ବିଭାଗ ତଥା ଜାତୀୟ ରାଜପଥ ବିଭାଗ ର ଦୀଘ୍ର ଦିନର ନିରବତା ଏବଂ ଏହାର ସମାଧାନ ପାଇଁ ଜନସାଧାରଣ ଙ୍କ ୨୪ ଦିନ ଗଣଧାରଣା ପରେ ସମଧାନ ସୁତ୍ର ବାହାର କରି ଜିଲ୍ଲାପାଳ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ଅନୁଦାନ ଯୋଗାଇ ଦେବାକୁ ଲିଖିତ ପ୍ରତିଶ୍ରୁତି ପରେ ଗଣଧାରଣା ପ୍ରତ୍ୟାହାର କଲା କେସିଗାଂ ଅଣ୍ଡର ବ୍ରିଜ କ୍ରିୟାନୁଷ୍ଟାନ କମିଟି । ଗଣଧାରଣା ସ୍ଥଳକୁ ଜିଲ୍ଲାପାଳ ପରାଗ ହର୍ଷଦ ଯାଇ ରାଜ୍ୟ ସରକାର ଙ୍କ ଘୋଷଣା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking