35.1 C
Bhubaneswar
Tuesday, April 23, 2024
Homeଓଡିଶାପାଉଣା ଦାବି କରି ମେସ୍କୋ ଷ୍ଟିଲ୍ ଫାଟକ ସମ୍ମୁଖରେ ଧାରଣା

ପାଉଣା ଦାବି କରି ମେସ୍କୋ ଷ୍ଟିଲ୍ ଫାଟକ ସମ୍ମୁଖରେ ଧାରଣା

ଯାଜପୁର – ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଥିବା ମେସ୍କୋ ଷ୍ଟିଲ୍ ଫାଟକ ନିକଟରେ ପାଉଣା ଦାବି କରି ମେସ୍କୋ ପ୍ଲାଂଟ ଏମ୍ଫେ୍ଲାଇ ପକ୍ଷରୁ ଗଣଧାରଣା ଦିଆଯାଇଛି । ମେସ୍କୋ ପ୍ଲାଂଟର କର୍ମଚାରୀ ମାନେ ୪ ମାସର ବକେୟା ଦରମା ପାଇନାହାନ୍ତି । ସେମାନଙ୍କୁ ବକେୟା ପାଉଣା ଦେବା ପାଇଁ ଧାରଣା ଦିଆଯାଉଛି । ଏ ସମ୍ପର୍କରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଏମ୍ଫେ୍ଲାଇ ମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ ମେସ୍କୋ ଷ୍ଟିଲର ଡି.ଜି.ଏମ୍ ଇଲେକ୍ଟ୍ରିକାଲ ଓ ଫ୍ୟାକ୍ରି ମ୍ୟାନେଜର କହନ୍ତି ଯେ ଗତକାଲି ରାତିରେ ଚିଠି ଆସିଛି ଆଉ ଡିଉଟି ନାହିଁ ପେମେଂଟ ନାହିଁ । ଏଥିରେ କର୍ମଚାରୀ ମାନେ ଉତଖିପ୍ତ ହୋଇଛନ୍ତି । ଏହି ଧାରଣା ଅନିର୍ଦ୍ଧିଷ୍ଠ କାଳ ପାଇଁ ଚାଲିବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking